www.samajalive.in
Saturday, December 6, 2025
19.1 C
Bhubaneswar

ଆଜି ଭାରତ-ଦକ୍ଷିଣ କୋରିଆ ଫାଇନାଲ

ରାଜଗିର : ପୁରୁଷ ଏସିଆ କପ ହକି ପ୍ରତିଯୋଗିତାର ଫାଇନାଲରେ ଭାରତ ପ୍ରବେଶ କରିଛି। ଶନିବାର ଶେଷ ସୁପର-୪ ମ୍ୟାଚରେ ଭାରତ ୭-୦ ଗୋଲ୍‌ରେ ଚୀନ୍‌କୁ ପରାସ୍ତକରି ଅପରାଜିତ ରହି ଫାଇନାଲରେ ପହଞ୍ଚିଛି। ଆଜି ଭାରତ ଓ ଦକ୍ଷିଣ କୋରିଆ ମଧ୍ୟରେ ଫାଇନାଲ ଖେଳାଯିବ। ଭାରତ ୩ଟି ମ୍ୟାଚରୁ ୨ଟି ବିଜୟ ଓ ଗୋଟିଏ ଡ୍ର ସହ ୭ ପଏଣ୍ଟ ପାଇ ଗ୍ରୁପ ଶୀର୍ଷ ସ୍ଥାନ ହାସଲ କରିଛି। ଅନ୍ୟପକ୍ଷରେ ଚୀନ ପରାଜିତ ହେବା ପରେ ଦକ୍ଷିଣ କୋରିଆ ୪ ପଏଣ୍ଟ ସହ ଗ୍ରୁପର ଦ୍ବିତୀୟ ସ୍ଥାନରେ ରହି ଫାଇନାଲ ଖେଳିବାକୁ ଯୋଗ୍ୟତା ହାସଲ କରିଛି। ଶନିବାର ଦକ୍ଷିଣ କୋରିଆ ଶେଷ ସୁପର-୪ ମ୍ୟାଚରେ ୪-୩ ଗୋଲରେ ମାଲେସିଆକୁ ପରାସ୍ତ କରିଥିଲା।
ଘରୋଇ ଭାରତ ପ୍ରତିପକ୍ଷ ଚୀନ ଉପରେ ପ୍ରାରମ୍ଭରୁ ପ୍ରଭାବ ବିସ୍ତାର କରି ଖେଳିଥିଲା। ଭାରତ ୪ ମିନିଟ୍‌ରେ ଗୋଲ ଦେଇ ଅଗ୍ରଣୀ ହାସଲ କରିଥିଲା। ଭାରତ ପକ୍ଷରୁ ଓଡ଼ିଆ ଫରୱାର୍ଡ ଶିଳାନନ୍ଦ ଲାକ୍ରା ଗୋଲ ଦେଇ ଦଳକୁ ୧-୦ରେ ଆଗୁଆ କରିଥିଲେ। ୭ ମିିନିଟ୍‌ରେ ଭାରତକୁ ଏକ ପେନାଲ୍‌ଟି କର୍ଣ୍ଣର ମିଳିଥିଲା। ଏହାକୁ ଦିଲପ୍ରୀତ ସିଂହ ଗୋଲରେ ପରିଣତ କରିଥିଲେ। ପ୍ରଥମ କ୍ବାର୍ଟରରେ ଭାରତ ୨-୦ ଗୋଲରେ ଆଗୁଆ ରହିଥିଲା। ଦ୍ବିତୀୟ କ୍ବାର୍ଟରରେ ମଧ୍ୟ ଭାରତର ପ୍ରାଧାନ୍ୟ ରହିଥିଲା। ୧୮ ମିନିଟ୍‌ରେ ଭାରତକୁ ଆଉ ଏକ ପେନାଲ୍‌ଟି କର୍ଣ୍ଣର ମିଳିଥିଲା। ଏଥିରୁ ମନଦୀପ ସିଂହ ଗୋଲ୍‌ ଦେଇ ଦଳକୁ ୩-୦ରେ ଆଗୁଆ କରିଥିଲେ। ପ୍ରଥମାର୍ଦ୍ଧ ସୁଦ୍ଧା ଭାରତ ୩-୦ ଗୋଲ​‌େ​‌ର ଆଗୁଆ ରହିଥିଲା। ୩୭ ମିନିଟ୍‌ରେ ଭାରତ ଚତୁର୍ଥ ଗୋଲ ଦେଇଥିଲା। ରାଜକୁମାର ପାଲ ଗୋଲ ଦେଇ ଭାରତକୁ ୪-୦ରେ ଆଗୁଆ କରିଥିଲେ। ୩୯ ମିନିଟ୍‌ରେ ଭାରତ ପକ୍ଷରୁ ସୁଖଜିତ ସିଂହ ପଞ୍ଚମ ଗୋଲ ଦେଇଥିଲେ। ଅନ୍ତିମ କ୍ବାର୍ଟରରେ ମଧ୍ୟ ଭାରତର ଗୋଲ ଦେବା ଧାରା ଜାରି ରହିଥିଲା। ଅଭିଷେକ ୪୬ ମିନିଟ୍‌ରେ ଷଷ୍ଠ ଓ ୫୦ ମିନିଟ୍‌ରେ ସପ୍ତମ ଗୋଲ ସ୍କୋର କରି ଦଳକୁ ୭-୦ରେ ଆଗୁଆ କରିଥିଲେ। ଚୀନ୍‌ ଦଳ ଗୋଲ ଦେବା ନେଇ ଶେଷ ପର୍ଯ୍ୟନ୍ତ ଉଦ୍ୟମ କରି ମଧ୍ୟ ବିଫଳ ହୋଇଥିଲା। ଦକ୍ଷିଣ କୋରିଆ ୩ଟି ମ୍ୟାଚରୁ ଗୋଟିଏ ବିଜୟ, ଗୋଟିଏ ଡ୍ର ଓ ଗୋଟିଏ ପରାଜୟ ସହ ୪ ପଏଣ୍ଟ ପାଇ ସୁପର-୪ ପର୍ଯ୍ୟାୟରେ ଦ୍ବିତୀୟ ସ୍ଥାନରେ ରହିଛି। ଫାଇନାଲ ମ୍ୟାଚ୍‌ ପୂର୍ବରୁ ଚୀନ ଓ ମାଲେସିଆ ମଧ୍ୟରେ ୪ୟ ସ୍ଥାନ ମ୍ୟାଚ ଖେଳାଯିବ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories