www.samajalive.in
Sunday, December 14, 2025
26.1 C
Bhubaneswar

ଯବାନମାନଙ୍କ ବୀରତ୍ୱର ପ୍ରଶଂସା କଲେ ବିରୋଧୀ ଦଳ

ନୂଆଦିଲ୍ଲୀ: ପାକିସ୍ତାନରେ ଜୈସେ-ମହମ୍ମଦ ଆତଙ୍କବାଦୀ ତାଲିମ୍‍ ଶିବିର ଉପରେ ଭାରତୀୟ ବିମାନ ବାହିନୀର ଆକ୍ରମଣକୁ ସ୍ୱାଗତ କରି ସଶସ୍ତ୍ର ବାହିନୀ ଯବାନମାନଙ୍କର ବୀରତ୍ୱ ଓ ସାହସିକତାର ପ୍ରଶଂସା କରିଛନ୍ତି ବିରୋଧୀ ଦଳ। ୨୧ଟି ବିରୋଧୀ ଦଳର ନୂଆଦିଲ୍ଲୀରେ ଏକ ବୈଠକ ପରେ ମିଳିତ ବିବୃତ୍ତି ଜାରି କରାଯାଇଛି। ବିରୋଧୀ ଦଳମାନେ ପୁଲ୍‍ୱାମା ଆତଙ୍କବାଦୀ ଆକ୍ରମଣର ଘୋର ନିନ୍ଦା କରି ଶହୀଦ୍‍ ଯବାନମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଆତଙ୍କବାଦୀ ଦମନ ପାଇଁ ଭାରତୀୟ ସଶସ୍ତ୍ର ବାହିନୀର କାର୍ଯ୍ୟାନୁଷ୍ଠାନକୁ ସେମାନେ ସମର୍ଥନ ଜଣାଇଛନ୍ତି। ତେବେ ସଶସ୍ତ୍ର ବାହିନୀ ଯବାନମାନଙ୍କ ବଳିଦାନକୁ ନେଇ ଶାସକ ଦଳ ରାଜନୀତି କରୁଛି ବୋଲି ବିରୋଧୀ ଦଳ ଦୋଷାରୋପ କରିଛନ୍ତି। ଜାତୀୟ ନିରାପତ୍ତା ରାଜନୀତିଠାରୁ ଊର୍ଦ୍ଧ୍ବରେ ରହିବା ଉଚିତ ବୋଲି ବିରୋଧୀ ଦଳମାନେ କହିଛନ୍ତି। ପରମ୍ପରା ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଦଳୀୟ ବୈଠକ ଡକାଇ ନ ଥିବାରୁ ସେମାନେ ଏହା ଉପରେ ପ୍ରଶ୍ନବାଚୀ ଉଠାଇଛନ୍ତି। କଂଗ୍ରେସ ସଭାପତି ରାହୁଲ ଗାନ୍ଧି ମିଳିତ ବିବୃତ୍ତିକୁ ପାଠ କରି କହିଛନ୍ତି, ବୈଠକରେ ପାକିସ୍ତାନ କାର୍ଯ୍ୟକଳାପକୁ ନିନ୍ଦା କରାଯାଇଛି ଓ ନିଖୋଜ ଭାରତୀୟ ବିମାନ ବାହିନୀ ପାଇଲଟ୍‍ଙ୍କ ସୁରକ୍ଷା ଉପରେ ଚିନ୍ତାବ୍ୟକ୍ତ କରାଯାଇଛି। ସେ କହିଛନ୍ତି, ଭାରତର ସାର୍ବଭୌମତ୍ୱ, ଏକତା ଓ ଅଖଣ୍ଡତାର ସୁରକ୍ଷା ପାଇଁ ନିଆଯାଉଥିବା ସମସ୍ତ ପଦକ୍ଷେପ କ୍ଷେତ୍ରରେ ସରକାର ଦେଶକୁ ଜଣାଇବା ଉଚିତ ବୋଲି ରାଜନୈତିକ ଦଳମାନେ ସରକାରଙ୍କୁ ଅନୁରୋଧ କରିଛନ୍ତି। ବୈଠକରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ, ୟୁ.ପି.ଏ. ଅଧ୍ୟକ୍ଷା ସୋନିଆ ଗାନ୍ଧି, ଟି.ଏମ୍‍.ସି. ମୁଖ୍ୟ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ଟି.ଡି.ପି. ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଓ ଅନ୍ୟମାନେ ଯୋଗ ଦେଇଥିଲେ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories