www.samajalive.in
Sunday, December 14, 2025
15.1 C
Bhubaneswar

ଟ୍ରମ୍ପଙ୍କ ପରାମର୍ଶଦାତାଙ୍କ ‘ବ୍ରାହ୍ମଣ’ ମନ୍ତବ୍ୟର ଜବାବ ଦେଲା ଭାରତ

ସମାଜ ଡିଜିଟାଲ ଡେସ୍କ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆର୍ଥିକ ପରାମର୍ଶଦାତା ପିଟର ନଭାରୋ ଭାରତ ପ୍ରତି ଦେଇଥିବା ମନ୍ତ୍ୟବର କଡ଼ା ଜବାବ ଦେଇଛି ବିଦେଶ ମନ୍ତ୍ରଣାଳୟ। ରୁଷଠାରୁ ତୈଳ ଆମଦାନୀ ଯୋଗୁ ଭାରତର ବ୍ରାହ୍ମଣମାନେ ଲାଭବାନ ହେଉଥିବା ନେଇ ନଭାରୋ ଦେଇଥିବା ମନ୍ତବ୍ୟ ତ୍ରୁଟିପୂର୍ଣ୍ଣ ଏବଂ ଭ୍ରମାତ୍ମକ ବୋଲି ଦର୍ଶାଇ ବୈଦେଶିକ ମନ୍ତ୍ରଣାଳୟ ତାହାକୁ ଖାରଜ କରିଦେଇଛି।

ଭାରତ ଉପରେ ଟ୍ରମ୍ପଙ୍କ ୫୦ ପ୍ରତିଶତ ଶୁଳ୍କ ଉପରେ ନଭାରୋ ଉପରୋକ୍ତ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ, ଭାରତ ରୁଷଠାରୁ ତୈଳ ଆମଦାନୀ କରିବା ଦ୍ଵାରା ୟୁକ୍ରେନ ଯୁଦ୍ଧକୁ ପରୋକ୍ଷ ଭାବେ ଇନ୍ଧନ ଯୋଗାଉଛି। ଭାରତ ରୁଷ ତୈଳକୁ ୟୁରୋପ, ଆଫ୍ରିକା ଏବଂ ଏସିଆରେ ଉଚ୍ଚ ଦରରେ ବିକ୍ରି କରି ବହୁ ଲାଭବାନ ହେଉଛି।

- Advertisement -

ଏହାର ଜବାବରେ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧିର ଜୟସଓ୍ବାଲ କହିଛନ୍ତି, ଭାରତ-ଆମେରିକା ସମ୍ପର୍କ ଗୁରୁତ୍ଵପୂର୍ଣ୍ଣ। ଅନେକ ଆହ୍ବାନ ଏବଂ ପରିବର୍ତ୍ତନ ସତ୍ବେ ଏହି ସମ୍ପର୍କ ମଜଭୁତ ରହିଛି। ଦୁଇ ଦେଶ ପୂର୍ବ ନିର୍ଦ୍ଧାରିତ ଏଜେଣ୍ଡାକୁ ନେଇ ଆଗକୁ ବଢ଼ୁଛନ୍ତି। ପରସ୍ପରର ସମ୍ମାନ ଏବଂ ହିତ ଦୃଷ୍ଟିରୁ ଏହି ସମ୍ପର୍କ ଆଗକୁ ବଢ଼ିବା​‌ ନେଇ ଆମର ବିଶ୍ଵାସ ଥିବା ସେ କହିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories