www.samajalive.in
Wednesday, December 10, 2025
23.1 C
Bhubaneswar

ଗାଜାର ୪୦ପ୍ରତିଶତ ଆମ ନିୟନ୍ତ୍ରଣରେ : ଇସ୍ରାଏଲ ସେନାର ବଡ ଦାବି

ସମାଜ ଡିଜିଟାଲ ଡେସ୍କ: ଇସ୍ରାଏଲୀ ସେନା ପାଲେଷ୍ଟାଇନ୍‍ ଅଞ୍ଚଳର ସର୍ବବୃହତ ସହର ଗାଜାର ୪୦ପ୍ରତିଶତ ଦଖଲ କରିଥିବା ବଡ ଦାବି କରିଛି । ସେନା ଏହି ଅଞ୍ଚଳକୁ ଅଗ୍ରସର ହେବାକୁ ପ୍ରସ୍ତୁତ ହେଉଛି । ସେନାର ପ୍ରବକ୍ତା ବ୍ରିଗେଡିୟର ଜେନେରାଲ ଏଫ ି ଡେଫ୍ରିନ୍‍ ଏକ ଭିଡ଼ିଓ ଜାରି କହିଛନ୍ତି ଯେ ‘ଆଜି ଆମେ ଗାଜା ସହରର ୪୦ପ୍ରତିଶତ ଦଖଲ କରିଛୁ । ଆଗାମୀ ଦିନରେ ଏହି ଅଭିଯାନ ଆହୁରି ତୀବ୍ର ହେବ ।
ସାମରିକ ମୁଖପାତ୍ର କହିଛନ୍ତି ଯେ ଆମେ ହମାସକୁ ପରାସ୍ତ ନକରିବା ପର୍ଯ୍ୟନ୍ତ ତା’ ଉପରେ ଚାପ ବୃଦ୍ଧି କରିବୁ । ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛନ୍ତି ଯେ ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟଜ୍‍ ଗତ ମାସରେ ଗାଜା ସହରକୁ ଦଖଲ କରିବା ପାଇଁ ଏକ ସାମରିକ ଯୋଜନାକୁ ଅନୁମୋଦନ କରିବା ଏବଂ ପ୍ରାୟ ୬୦,୦୦୦ ରିଜର୍ଭ ସୈନ୍ୟଙ୍କୁ ଅନୁମତି ଦେବା ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
ସେପଟେ ହମାସ ଇସ୍ରାଏଲର ନୂତନ ଆକ୍ରମଣକୁ ନିନ୍ଦା କରି କହିଛି ଯେ ଏହା ପ୍ରାୟ ଦୁଇ ବର୍ଷ ଧରି ଚାଲିଥିବା ସଂଘର୍ଷରେ ଯୁଦ୍ଧବିରତି ଏବଂ ବନ୍ଧକ ମୁକ୍ତ ଚୁକ୍ତିନାମାରେ ପହଞ୍ଚିବା ପାଇଁ ଇସ୍ରାଏଲର ପ୍ରୟାସକୁ ଅଣଦେଖା କରୁଛି । ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‍ ନେତାନ୍ୟାହୁ ଯେକୌଣସି ଚୁକ୍ତିନାମାରେ ବାଧା ସୃଷ୍ଟି କରୁଥିବା ହମାସ କହିଛି । ଏହାସହିତ ଇସ୍ରାଏଲ ବନ୍ଧକଙ୍କ ଜୀବନ ପ୍ରତି ଚିନ୍ତା ନକରିବା ଭଳି ଅଭିଯୋଗ କରିଛି ହମାସ ।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories