www.samajalive.in
Saturday, December 6, 2025
26.1 C
Bhubaneswar

ଧିମେଇଛି ଏସ୍‌ସିବି ସମ୍ପ୍ରସାରଣ : ପ୍ରକଳ୍ପ ସମୀକ୍ଷା କରିବେ ମୁଖ୍ୟ ଶାସନ ସଚିବ

କଟକ : ଏସ୍‌ସିବି ମେଡିକାଲ କଲେଜ ସମ୍ପ୍ରସାରଣ ଜାରି ରହିଛି।  ମାତ୍ର ନିର୍ମାଣ କାର୍ଯ୍ୟରେ ବିଳମ୍ବ ହେଉଥିବା ଅଭିଯୋଗ ହୋଇଛି। ମନ୍ଥର ଗତିରେ ପ୍ରକଳ୍ପ ଚାଲୁଥିବାରୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସରିବା ନେଇ ଆଶଙ୍କା ଦେଖାଦେଇଛି। ସମ୍ପ୍ରସାରଣ ପ୍ରକଳ୍ପ ମଧ୍ୟରେ ୪ଟି କ୍ଲିନିକାଲ କୋଠା ନିର୍ମାଣ କରାଯାଉଛି। ଏଥିଲାଗି ୨୬୩୬କୋଟି ଟଙ୍କା ବ୍ୟୟ ଅଟକଳ ହୋଇଥିଲା। ଏପର୍ଯ୍ୟନ୍ତ କାର୍ଯ୍ୟ ୫୦% ଶେଷ ହୋଇଛି। ଉକ୍ତ କ୍ଲିନିକାଲ କୋଠା ନିର୍ମାଣ କାର୍ଯ୍ୟ ୨୦୨୬ ଜୁନ ସୁଦ୍ଧା ଶେଷ ହେବାର ଧାର୍ଯ୍ୟ ହୋଇଛି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟ ଶାସନ ସଚିବ ପ୍ରକଳ୍ପର ସମୀକ୍ଷା କରିବେ। ଆଭାସି ଜରିଆରେ ଅନୁଷ୍ଠିତ ହେବାକୁ ଥିବା ସମୀକ୍ଷା ବୈଠକରେ ସ୍ବାସ୍ଥ୍ୟ ସଚିବଙ୍କ ସମେତ ମେଡିକାଲ କର୍ତ୍ତୃପକ୍ଷ , ଠିକା ସଂସ୍ଥା ଓ ବିଭାଗର ଯନ୍ତ୍ରୀମାନେ ଉପସ୍ଥିତ ରହିବେ। ପ୍ରକଳ୍ପର ଅଗ୍ରଗତି ଓ କେଉଁଠି ବିଳମ୍ବ ହେଉଛି ଏହାର ବିସ୍ତୃତ ସମୀକ୍ଷା କରାଯାଇ କାର୍ଯ୍ୟକୁ ତ୍ବରାନ୍ବିତ କରାଯିବ। ବିଶେଷକରି ନୂତନ କୋଠା ଗୁଡିକୁ ବିଦ୍ୟୁତ, ପାନୀୟଜଳ ସଂଯୋଗ ଏବଂ ଲିଫ୍ଟ ଲାଗିବା ନେଇ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ଏହି ନୂତନ ଅଟ୍ଟାଳିକା ଗୁଡିକରେ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ରଖାଯିବା ଉପରେ ଗୁରୁତ୍ବ ଦିଆଯାଉଛି।
ସେହିପରି ଡାକ୍ତର ଓ କର୍ମଚାରୀଙ୍କ ରହିବା ନିମନ୍ତେ ନିର୍ମାଣ କରାଯାଉଥିବା ଆବାସିକ କୋଠା ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏପ୍ରିଲ ସୁଦ୍ଧା ୧୩ଟି ଯାକ ଆବାସିକ କୋଠା ନିର୍ମାଣ ଶେଷ କରାଯିବ। ଏଥିଲାଗି ୮୪୬କୋଟି ଟଙ୍କାର ଖର୍ଚ୍ଚ କରାଯାଉଛି। ନିର୍ମାଣ କାର୍ଯ୍ୟକୁ ତ୍ବରାନ୍ବିତ କରିବା ଲାଗି ନିକଟରେ ବିଧାନସଭା କମିଟି ଯାଞ୍ଚ କରି ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲା।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories