www.samajalive.in
Sunday, December 14, 2025
15.1 C
Bhubaneswar

ବର୍ଷେ ନ ଯାଉଣୁ ଭାଙ୍ଗିଗଲାଣି ପଇଦା ପାଟଣା ଲକ୍ଷ୍ମୀ ବସଷ୍ଟପ୍ 

ପାଟଣା : ଘଟଗାଁ ବ୍ଲକ ପଇଦାପାଟଣା ଗ୍ରାମ ପଞ୍ଚାୟତର ପଇଦା ପାଟଣା ଗ୍ରାମର ଫୁଟବଲ ପଡ଼ିଆ ନିକଟରେ ୫,୩୨,୦୦୦ (ପାଞ୍ଚ ଲକ୍ଷ ବତିଶି ହଜାର) ଟଙ୍କା ବ୍ୟୟରେ ତିଆରି ହୋଇଥିବା ଲକ୍ଷ୍ମୀ ବସଷ୍ଟପ୍ ବିପଦ ସଙ୍କୁଳ ଅବସ୍ଥାରେ ପହଞ୍ଚିଲାଣି। ଦୁଃଖର ବିଷୟ ବର୍ଷେ ନ ଯାଉଣୁ ବସଷ୍ଟପଟିର ଉପର ଛାତ ଫାଟି ତଳେ ପଡ଼ିଯିବା ସହ ବସିବା ପାଇଁ ଥିବା ପିଣ୍ଡି ଭାଙ୍ଗି ଗଲାଣି । ପିଣ୍ଡିର ପଛ ସମ୍ପୂର୍ଣ୍ଣ ଛାଡି ଯାଇଥିବାରୁ କେତେବେଳେ କାହା ଉପରେ ବିପଦ ସୃଷ୍ଟି କରିବ ତାହା କହିବା କଷ୍ଟକର । ତା ସହ ତଳେ ପଡ଼ିଥିବା ଟାଇଲଗୁଡିକ ନିମ୍ନମାନର କାମ ଯୋଗୁଁ ମାଟି ଦବି ଯିବାରୁ ଭାଙ୍ଗି ରୁଜି ଚୁରମାର ହୋଇଗଲାଣି। ସାମ୍ନାରେ ପଡିଥିବା ଟାଇଲଗୁଡିକ ଦବି ଯାଇ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। ତେଣୁ ଯଥାଶୀଘ୍ର ଏହାର ମରାମତି କରି ବସ୍ ଯାତ୍ରୀଙ୍କ ସୁବିଧା ସାଧାରଣରେ ଦାବି ହେଉଛି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories