www.samajalive.in
Sunday, December 7, 2025
26.1 C
Bhubaneswar

ଫାର୍ଶିବନ୍ଧ ଅଙ୍ଗନଓ୍ବାଡି ଦୁର୍ନୀତିର ତଦନ୍ତ ପାଇଁ କମିଟି ଗଠନ କଲେ ଜିଲ୍ଲାପାଳ

ଧାମରା: ଚାନ୍ଦବାଲି ସିଡିପିଓ-୨ଙ୍କ ଅଧୀନରେ ଥିବା ଫାର୍ଶିବନ୍ଧ ଅଙ୍ଗନଓ୍ବାଡି କେନ୍ଦ୍ରରେ ବହୁ ଅନିୟମିତତା ନେଇ ସାମାଜିକ କର୍ମୀ ସୁରେଶ ନାୟକ  ଅଭିଯୋଗ ଆଣିଥିଲେ। ଅଙ୍ଗନଓ୍ବାଡିକୁ ଆସିଥିବା ସରକାରୀ ଅର୍ଥ ତୋଷାରପାତ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଏହି ସମସ୍ତ ଅଭିଯୋଗକୁ ଦୃଷ୍ଟିରେ ରଖି  ଗତ ୧୪ ତାରିଖ ଦିନ ସିଡିପିଓ-୨, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ପୋଷଣ ମୁଖ୍ୟ ଏବଂ ଅଭିଯଯୋଗାକରୀ ସାମଜିକ କର୍ମୀ ସୁରେଶ ନାୟକ ପ୍ରମୁଖ ଏକ ଆଲୋଚନାରେ ବସିଥିଲେ। ସାମାଜିକ କର୍ମୀ ନାୟକ ଏହି ଅଙ୍ଗନଓ୍ବାଡିରେ ବହୁ ଦୁର୍ନୀତି ହୋଇଥିବା ନେଇ ଅଧିକାରୀଙ୍କ ପାଖରେ ଉପସ୍ଥାପନା କରିଥିଲେ। ଏହି ସମସ୍ତ କଥାକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲାପାଳ ଦୁର୍ନୀତିର ତଦନ୍ତ କରିବାକୁ ଏକ ୫ ଜଣିଆ କମିଟି ଗଠନ କରିଛନ୍ତି । ତଦନ୍ତ କମିଟିରେ ଚାନ୍ଦବାଲି ତହସିଲଦାର, ସହକାରୀ ଜିଲ୍ଲାପାଳ, ଜିଲ୍ଲା ସହକାରୀ ଶିଶୁ ମଙ୍ଗଳ ଅଧିକାରୀ, ସହକାରୀ  ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ  ଏବଂ ଚାନ୍ଦବାଲି  ସିଡିପିଓ ରହିଛନ୍ତି। ସେମାନେ ତଦନ୍ତ କରି ଏହାର ରିର୍ପୋଟ ଜିଲ୍ଲାପାଳଙ୍କୁ ପ୍ରଦାନ କରିବେ ବୋଲି ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଚିଠି ସଂଖ୍ୟା ୩୩୦୦/୦୧/୦୯/୨୦୨୫ରେ ଦର୍ଶାଯାଇଛି।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories