ସମାଜ ଡିଜିଟାଲ ଡେସ୍କ: କଟକ ଜିଲାର ନରସିଂହପୁର ବ୍ଲକରେ ଥିବା ଦେଓଝର ଜଳପ୍ରପାତରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଲେ କଟକ ନୂଆ ବଜାର ଅଞ୍ଚଳର ସୌମ୍ୟ ରଞ୍ଜନ ପରିଡ଼ା। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳ ସମେତ କଟକରେ ଶୋକର ଛାୟା ଖେଳିଯାଇଛି।
ସୌମ୍ୟରଞ୍ଜନ ନିଜର ୫ ଜଣ ସାଙ୍ଗଙ୍କ ସହିତ ଦେଓଝର ଜଳପ୍ରପାତ ବୁଲିବାକୁ ଯାଇଥିଲେ। ସେଠାରେ ସୌମ୍ୟ ଅନ୍ୟ ସାଙ୍ଗମାନଙ୍କ ସହିତ ମିଶି ଗାଧୋଇଥିଲେ। ହେଲେ ଏହି ସମୟରେ ସେ ପାଣିରେ ବୁଡ଼ିଯାଇ ପ୍ରାଣ ହରାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଚଳାଇଛି।



