www.samajalive.in
Saturday, December 6, 2025
26.1 C
Bhubaneswar

ମୋଦୀଙ୍କ ଜାପାନ ଗସ୍ତର ୩ ଗୁରୁତ୍ବପୂର୍ଣ୍ଣ ଉପଲବ୍ଧି

ଟୋକିଓ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ତାଙ୍କର ଦୁଇ ଦିନିଆ ଜାପାନ ଗସ୍ତ ଶେଷ କରି ଚୀନ୍‌ରେ ପହଞ୍ଚିଛନ୍ତି। ଜାପାନରେ ଅବସ୍ଥାନ କାଳରେ ମୋଦୀ ତାଙ୍କର ପ୍ରତିପକ୍ଷ ଶିଗେରୁ ଇଷିବାଙ୍କୁ ଭେଟି ବିଭିନ୍ନ ଦ୍ବିପାକ୍ଷିକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ତେବେ ମୋଦୀଙ୍କ ଜାପାନ ଗସ୍ତରୁ ତିନିଟି ଗୁରୁତ୍ବପୂର୍ଣ୍ଣ ଉପଲବ୍ଧି ମିଳିଛି। ମହାକାଶ ଅଭିଯାନଠାରୁ ଆରମ୍ଭ କରି ଦ୍ରୁତତମ ପହିବହନ ବ୍ୟବସ୍ଥା ଏବଂ ପୁଞ୍ଜି ବିନିଯୋଗ ଏଥିରେ ସାମିଲ ରହିଛି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଏବଂ ଜାପାନ ଏରୋସ୍ପେସ୍‌ ଏକ୍ଦପ୍ଲୋରେସନ ଏଜେନ୍ସି ମିଳିତଭାବେ ଚନ୍ଦ୍ରଯାନ-୫ ଅଭିଯାନକୁ କାର୍ଯ୍ୟକାରୀ କରିବେ। ଜାପାନର କାରିଗରୀ କୌଶଳ ସହାୟତାରେ ଭାରତରେ ବର୍ତ୍ତମାନ ବୁଲେଟ ଟ୍ରେନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି। ଏହି ଅବସରରେ ଇଷିଦାଙ୍କ ସହ ମୋଦୀ ସିନ୍‌କାନ୍‌ସେନ୍‌ ବୁଲେଟ ଟ୍ରେନ୍‌ରେ ଯାତ୍ରା କରିଛନ୍ତି। ଟ୍ରେନ ଯାତ୍ରା ସମୟରେ ମୋଦୀ ଜାପାନରେ ତାଲିମ ନେଉଥିବା ଭାରତୀୟ ଟ୍ରେନ ଚାଳକଙ୍କ ସହ ଆଲୋଚନା କରିଥିଲେ। ଅପରପକ୍ଷରେ ଜାପାନର ଶିଳ୍ପପତିମାନେ ଆଗାମୀ ଦଶ ବର୍ଷ ମଧ୍ୟରେ ଭାରତରେ ୬୮ ବିଲିୟନ ଡଲାର ପୁଞ୍ଜି ବିନିଯୋଗ କରିବେ ବୋଲି ରାଜିନାମା ସ୍ବାକ୍ଷରିତ ହୋଇଛି। ସେମିକଣ୍ଡକ୍ଟର, ବିରଳ ମୃତ୍ତିକା, ସବୁଜ ଶକ୍ତି କ୍ଷେତ୍ରରେ ଜାପାନୀ କମ୍ପାନୀଗୁଡିକ ଭାରତରେ ପୁଞ୍ଜି ବିନିଯୋଗ କରିବେ।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories