ନୂଆଦିଲ୍ଲୀ : ଚିନ୍ତା ବଢାଇଲା ବାର୍ଡ ଫ୍ଲୁ । ଦିଲ୍ଲୀ ଚିଡିଆଖାନାରେ ଏଚ୫ଏନ୧ ଫ୍ଲୁ ବ୍ୟାପିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ଶନିବାର ଠାରୁ ଚିଡିଆଖାନାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛି । ଦିଲ୍ଲୀରେ ୩ ଥର ପାଇଁ ଏହା ବ୍ୟାପିବାରେ ଲାଗିଛି । ପୂର୍ବରୁ ମଧ୍ୟ ଅକ୍ଟୋବର ୨୦୧୬ରେ ଚିଡିଆଖାନାକୁ ବନ୍ଦ କରାଯାଇଥିଲା ।
ସେହି ବର୍ଷ ୭୦ରୁ ଅଧିକ ପକ୍ଷୀଙ୍କ ମୃତ୍ୟୁ ହୋଇଥିଲା। ଚଳିତ ବର୍ଷ ଦିଲ୍ଲୀ ଚିଡ଼ିଆଖାନାରେ ଗୋଟିଏ ପକ୍ଷୀର ମୃତ୍ୟୁ ପରେ ଏହାକୁ ପରୀକ୍ଷା ପାଇଁ ଭୋପାଳ ପଠାଯାଇଥିଲା । ଯେଉଁଠାରେ ପକ୍ଷୀଟି ସଂକ୍ରମିତ ହୋଇଥିବା ଜଣାପଡିଥିଲା। ଏହା ପରେ ଚିଡ଼ିଆଖାନା ଉପରେ ପ୍ରଶାସନ ନଜର ବୃଦ୍ଧି କରିଛି।
ଚିଡ଼ିଆଖାନା ବନ୍ଦ କରିବା ନିର୍ଦ୍ଦେଶ ଉପରେ ପ୍ରଶାସନ ସୂଚନା ଦେଇଛି ଯେ ଏହି ଭୂତାଣୁ ୨୧ ଦିନ ପର୍ଯ୍ୟନ୍ତ ସକ୍ରିୟ ରହିଥାଏ ଏବଂ ଅନ୍ୟ ପ୍ରାଣୀମାନଙ୍କୁ ସଂକ୍ରମିତ କରିପାରେ। ତେଣୁ ଅତି କମରେ ୨୧ ଦିନର କ୍ୱାରେଣ୍ଟାଇନ୍ ଆବଶ୍ୟକ। ନଜର ବୃଦ୍ଧି କରାଯାଇଛି ଏବଂ ସମସ୍ତ ପ୍ରବାସୀ ପକ୍ଷୀଙ୍କୁ ପୃଥକ ଭାବରେ ରଖାଯିବ। ଏହା ବ୍ୟତୀତ ଚିଡ଼ିଆଖାନାରେ ବାଘ ଏବଂ ସିଂହ ଛୁଆମାନଙ୍କର ମଧ୍ୟ ବିଶେଷ ଯତ୍ନ ନିଆଯାଉଛି କାରଣ କିଛି ଦିନ ପୂର୍ବରୁ ଚିଡ଼ିଆଖାନାରେ ସଂକ୍ରମଣ ଯୋଗୁଁ ବାଘ ଛୁଆଙ୍କ ମୃତ୍ୟୁ ଘଟିଛି। ବର୍ତ୍ତମାନ ଚିଡ଼ିଆଖାନାରେ ପ୍ରାୟ ୧,୩୫୦ ପକ୍ଷୀଙ୍କ ଉପରେ ନଜର ରଖାଯାଇଛି।
ଦିଲ୍ଲୀ ଏମ୍ସ କମ୍ୟୁନିଟି ମେଡିକାଲ ସେଣ୍ଟରର ପ୍ରଫେସର ସଞ୍ଜୟ ରାୟ କହିଛନ୍ତି ଯେ ମଣିଷକୁ ଏହି ଭୂତାଣୁରୁ ସିଧାସଳଖ ବିପଦ ନାହିଁ । ଏହି ରୋଗ ପକ୍ଷୀଙ୍କଠାରୁ ମଣିଷକୁ ବ୍ୟାପି ନାହିଁ, କିନ୍ତୁ କୁକୁଡ଼ା ଫାର୍ମରେ କାମ କରୁଥିବା ଲୋକଙ୍କଠାରେ ଏହି ରୋଗର ଆଶଙ୍କା ଅଧିକ ଥାଏ।
ବାର୍ଡ ଫ୍ଲୁ ହେବାର ଲକ୍ଷଣ..
ହଠାତ୍ ପ୍ରବଳ ଜ୍ୱର ହେବା
ଥଣ୍ଡା ଏବଂ କାଶ
ଗଳାରେ ଯନ୍ତ୍ରଣା
ମୁଣ୍ଡବିନ୍ଧା
ନିଶ୍ୱାସ ନେବାରେ କଷ୍ଟ
ଦୁର୍ବଳ ଲାଗିବା କିମ୍ବା ମୁଣ୍ଡ ବୁଲାଇବା
କେମିତି ରହିବେ ସୁରକ୍ଷିତ..
ପକ୍ଷୀମାନଙ୍କ ସଂସ୍ପର୍ଶରେ ଆସନ୍ତୁ ନାହିଁ
ସ୍ୱଚ୍ଛତା ପ୍ରତି ଧ୍ୟାନ ଦିଅନ୍ତୁ
ଫ୍ଲୁ ସଂକ୍ରମିତ ଅଞ୍ଚଳରୁ ଦୂରରେ ରୁହନ୍ତୁ
ପକ୍ଷୀ ପାଳନ କରୁଥିବା ଲୋକମାନେ ମାସ୍କ ଏବଂ ଗ୍ଲୋଭସ୍ ପିନ୍ଧିବା ଉଚିତ
ସିଂହ ରାଶିରେ ତ୍ରିଗ୍ରହୀ ପୁଣି ବୁଦ୍ଧାଦିତ୍ୟ ରାଜଯୋଗ; ଏହି ରାଶିଙ୍କୁ ଧନ ଠାରୁ ଆରମ୍ଭ କରି ପ୍ରେମରେ ମିଳିବ ସଫଳତା..



