www.samajalive.in
Saturday, December 13, 2025
26.1 C
Bhubaneswar

କେବେ ଆସିବ ଜିଓର IPO ? ମୁକେଶ ଅମ୍ବାନୀ କଲେ ବଡ ଘୋଷଣା

ନୂଆଦିଲ୍ଲୀ : ବିଶିଷ୍ଟ ଶିଳ୍ପପତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚ୍ୟାୟାରମ୍ୟାନ୍‌ ମୁକେଶ ଅମ୍ବାନୀ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓର ଆଇପିଓକୁ ନେଇ ନୂଆ ଅପଡେଟ୍‌ ଦେଇଛନ୍ତି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଏଜିଏମରେ ବଡ ଘୋଷଣା କରି କହିଛନ୍ତି, ଆଇପିଓ ପାଇଁ ଡଫ୍ଟ ପେପର ଖୁବ୍‌ ଶୀଘ୍ର ପ୍ରସ୍ତୁତ କରାଯିବା ସହ ବର୍ଷ ୨୦୨୬ର ୬ ମାସ ମଧ୍ୟରେ ରିଲାଏନ୍ସ ଜିଓର ଆଇପିଓ ଲଞ୍ଚ କରାଯିବାର ଯୋଜନା ରହିଛି।

ଜିଓ ନିକଟରେ ୫୦ କୋଟିରୁ ଅଧିକ ଗ୍ରାହକ ରହିଛନ୍ତି। କମ୍ପାନୀ ୫ଜି, ଫିକ୍ସଡ୍‌ ବ୍ରଡ୍‌ବ୍ୟାଙ୍କ ଓ ଏଆଇ ଟେକ୍ନୋଲୋଜି ଉପରେ ଅନେକ ନିବେଶ କରି ସାରିଛି। ଜିଓର ଶେୟାର ବଜାରରେ ତାଲିକାଭୁକ୍ତ ହେବା ପାଇଁ ନିବେଶକଙ୍କୁ ବଡ ସୁଯୋଗ ମିଳିପାରେ। ଏକ ଆକଳନ ଅନୁଯାୟୀ, ଜିଓ କମ୍ପାନୀ ଆଇପିଓ ଜରିଆରେ ୧୨ ରୁ ୧୩ ଲକ୍ଷ କୋଟି ଟଙ୍କା ପାଇବା ସହ ନିିଜ ବ୍ୟବସାୟରେ ଆହୁରି ଅଧିକ ବୃଦ୍ଧି କରିପାରେ ।

- Advertisement -

ମୁକେଶ ଅମ୍ବାନୀ ଆଇପିଓ ବିଷୟରେ ସୂଚନା ଦେଇ କହିଛନ୍ତି, ବିଶ୍ୱସ୍ତରରେ ଏହା ଶେୟାର ହୋଲ୍ଡର୍ସଙ୍କ ପାଇଁ ଗୁରୁତ୍ୱ ଅନ୍‌ଲକ୍‌ କରିବ। ଜିଓ ନିକଟରେ ହିଁ ୫୦୦ ମିଲିୟନ ଗ୍ରାହକଙ୍କ ସଂଖ୍ୟା ପାର୍‌ କରିଛି ।
ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ୪୮ ତମ ବାର୍ଷିକ ସାଧରଣ ବୈଠକରେ ମୁକେଶ ଅମ୍ବାନୀ କହିଛନ୍ତି, ବର୍ଷ ୨୦୨୫ରେ କମ୍ପାନୀ ଉତ୍ତମ ପ୍ରଦର୍ଶନ କରିଛି । ଏହା ଭାରତର ପ୍ରଥମ କମ୍ପାନୀ ହୋଇପାରିଛି ଯେ କି ୧୨୫ ଅରବ ଡଲାରର ବାର୍ଷିକ ଆୟ ପାର୍‌ କରି ସାରିଛି ।

ପିତୃପକ୍ଷରେ ଚନ୍ଦ୍ରଗ୍ରହଣ ; ଜାଣନ୍ତୁ କେଉଁ ରାଶି ପାଇଁ ଶୁଭ,ଅଶୁଭ..

ମୁକେଶ ଅମ୍ବାନୀ ଆଉ ମଧ୍ୟ ଏକ ବଡ ଘୋଷଣା କରି କହିଛନ୍ତି, ଏକ ନୂତନ ସହାୟକ କମ୍ପାନୀ ‘ରିଲାଏନ୍ସ ଇଣ୍ଟେଲିଜେନ୍ସ’ ଆରମ୍ଭ କରିଛନ୍ତି, ଯାହାର ଲକ୍ଷ୍ୟ ଭାରତରେ କୃତ୍ରିମ ବୁଦ୍ଧିମତ୍ତାର ବିକାଶ ଏବଂ ପ୍ରସାରକୁ ତ୍ୱରାନ୍ୱିତ କରିବା। ଏହି ଅବସରରେ, ସେ ଗୁଗୁଲ୍ ଏବଂ ମେଟା ସହିତ ରଣନୈତିକ ସହଭାଗୀତା ଘୋଷଣା ମଧ୍ୟ କରିଛନ୍ତି, ଯାହା ଦେଶରେ ଏଆଇ -ଆଧାରିତ ପ୍ରଯୁକ୍ତିବିଦ୍ୟା ନବସୃଜନ ଏବଂ ଡିଜିଟାଲ୍ ପରିବର୍ତ୍ତନକୁ ଏକ ନୂତନ ଦିଗ ଦେବ ବୋଲି ଆଶା କରାଯାଉଛି।

ପ୍ରତ୍ୟେକ ପରିବାରର ଜଣେ ମହିଳାଙ୍କୁ ମିଳିବ ୧୦ ହଜାର ଟଙ୍କା ; ସରକାରଙ୍କ ବଡ ଘୋଷଣା

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories