www.samajalive.in
Monday, December 8, 2025
24.1 C
Bhubaneswar

ରାଜଧାନୀରେ ଜୀଅନ୍ତା ଜଳିଗଲେ ଆଇନଜୀବୀ

ଉତ୍ତରଭୁବନେଶ୍ବର: ମଞ୍ଚେଶ୍ବର ଥାନା ଅଧୀନ ପାଣ୍ଡରା ଅଞ୍ଚଳରେ ପାରିବାରିକ କଳହକୁ ନେଇ ଜଣେ ଆଇନଜୀବୀ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା କରିଛନ୍ତି। ସେ ହେଲେ ଦୀପକ କୁମାର ସାହୁ। ଘଟଣାସ୍ଥଳରେ ସାଇଣ୍ଟିଫିକ ଦଳ ଓ ସ୍ଥାନୀୟ ପୁଲିସ ପହଞ୍ଚି ତନାଘନା କରୁଛନ୍ତି। ମଞ୍ଚେଶ୍ବର ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି। ପାରିବାରିକ କଳହରୁ ଦୀପକ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଥିବା ପୁଲିସର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି।
ପୁଲିସ ସୂଚନା ଅନୁଯାୟୀ, ଦୀପକ ପେସାରେ ଜଣେ ଆଇନଜୀବୀ। ସନ୍ଧ୍ୟା ପୂର୍ବରୁ ସେ ଘରେ ପହଞ୍ଚିଥିଲେ। କୌଣସି କଥାକୁ ନେଇ ଘରେ କଳହ ଆରମ୍ଭ ହୋଇଥିଲା। ପରେ ସେ ଛାତ ଉପରକୁ ଯାଇ ଏକ କୋଠରି ଭିତରେ ନିଜ ଦେହରେ ପେଟ୍ରୋଲି ଢ଼ାଳି ନିଆଁ ଲଗାଇ ଦେଇଥିଲେ। ତାଙ୍କ ଶରୀର ପୋଡ଼ିଯାଇଛି। ପରିବାର ଲୋକେ ମଞ୍ଚେଶ୍ବର ଥାନାକୁ ଜଣାଇବା ପରେ ପୁଲିସ ପହଞ୍ଚି ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ଲାଗି କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି। ତାଙ୍କର ଦୁଇ ସନ୍ତାନ ଅଛନ୍ତି। ସେ ପେଟ୍ରୋଲ କେଉଁଠୁ ଆଣିଲେ, ପାରିବାରିକ କଳହ ନା ଆଉ ଅନ୍ୟ କିଛି କାରଣ ରହିଛି, ସେଦିଗରେ ପୁଲିସ ଅନୁସନ୍ଧାନ କରୁଛି।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories