କଟକ : ଓଡ଼ିଶୀ ନୃତ୍ୟର ଅନନ୍ୟ ପାଠଶାଳା ‘ନୃତ୍ୟ ମୟୁରୀ’ର ପ୍ରତିଷ୍ଠାତା ଅପ୍ରତିମ ଓଡ଼ିଶୀ ନୃତ୍ୟଶିଳ୍ପୀ ମମତା ଓଝାଙ୍କୁ ବିଶ୍ଵକର୍ମା କୁଳ ଗୌରବ ସମ୍ମାନରେ ସମ୍ମାନୀତ କରାଯାଇଛି। ବିଶ୍ୱକର୍ମା କୁଳ ଦାୟାଦ ରୂପେ ନୃତ୍ୟାଙ୍ଗନା ମମତା ଓଝା ଓଡ଼ିଶୀ ନୃତ୍ୟରେ ଦେଶ ବିଦେଶରେ ଉତ୍କର୍ଷତା ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହେବା ସହ ବିଶ୍ଵକର୍ମା କୁଳର ଗୌରବ ବୃଦ୍ଧି କରିଛନ୍ତି ।
ଏହି ପରିପ୍ରେକ୍ଷୀରେ ଉଦ୍ଦ୍ୟୋକ୍ତା ଅନୁଷ୍ଠାନ ନିଖିଳ ଉତ୍କଳ ବିଶ୍ଵକର୍ମା ସମିତି ପକ୍ଷରୁ ବଢେଇ ସାହିରେ ଦୁଇ ଦିବସୀୟ ଗଣେଶ ଉତ୍ସବ ପାଳନ ଅବସରରେ ଗୁରୁ ମମତା ଓଝାଙ୍କୁ ‘ବିଶ୍ଵକର୍ମା କୁଳ ଗୌରବ ସମ୍ମାନ’ ପ୍ରଦାନ କରାଯାଇଥିଲା । ଭାଇଚାରା ସହର କଟକରେ ନିଜ ବିରାଦରୀ ଦ୍ବାରା ସ୍ଵୀକୃତି ଓ ସମ୍ମାନ ତାଙ୍କ ପାଇଁ ଏକ ଅନନ୍ୟ ଓ ପ୍ରେରଣାଦାୟୀ ଅନୁଭୂତି ବୋଲି ସେ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।



