www.samajalive.in
Sunday, December 14, 2025
26.1 C
Bhubaneswar

ଡକ୍ଟର ଶରତ ଚନ୍ଦ୍ର ପ୍ରଧାନ ପାଇବେ ସାହିତ୍ୟ ଭାରତୀ ସମ୍ମାନ-୨୦୧୯

କଟକ: ଚଳିତ ବର୍ଷର ମର୍ଯ୍ୟାଦାଜନକ ସାହିତ୍ୟ ଭାରତୀ ସମ୍ମାନ-୨୦୧୯ ପାଇବା ଲାଗି ପ୍ରଖ୍ୟାତ ସାହିତ୍ୟିକ ଡକ୍ଟର ଶରତ ଚନ୍ଦ୍ର ପ୍ରଧାନ ମନୋନୀତ ହୋଇଛନ୍ତି। ଶ୍ରୀ ଗଙ୍ଗାଧର ରଥ ଫାଉଣ୍ଡେସନ୍‍ ଦ୍ୱାରା ଏହି ପୁରସ୍କାର ପ୍ରଦାନ କରାଯିବ। କବିତା, ସମାଲୋଚନା, ଅନୁବାଦ ଆଦି କ୍ଷେତ୍ରରେ ଡକ୍ଟର ପ୍ରଧାନ ପ୍ରତିଷ୍ଠିତ ହେବା ସହିତ ଓଡ଼ିଆ ପାଠକଙ୍କ ନିକଟରେ ତାଙ୍କର ସ୍ୱତନ୍ତ୍ର ପରିଚୟ ରହିଛି। ଫାଉଣ୍ଡେସନ ପକ୍ଷରୁ ତାଙ୍କୁ କୋଣାର୍କ ମନ୍ଦିରର ଏକ ରୌପ୍ୟ ପ୍ରତିରୂପ ସହିତ ଏକ ଲକ୍ଷ ଟଙ୍କା ଓ ଉପାୟନ ପ୍ରଦାନ କରାଯିବ। ଫାଉଣ୍ଡେସନର ପ୍ରତିଷ୍ଠାତାଙ୍କ ନାମରେ ପ୍ରତିଷ୍ଠିତ ଗଙ୍ଗାଧର ରଥ ସ୍ମାରକୀ ସମ୍ମାନ ଚଳିତବର୍ଷ ବିଶିଷ୍ଟ ରାଜନୀତିଜ୍ଞ, ସାହିତ୍ୟିକ ତଥା ସମାଜସେବୀ ଶେଖ୍‍ ମତଲୁବ୍‍ ଅଲ୍ଲିଙ୍କୁ ପ୍ରଦାନ କରାଯିବ। ସେହିପରି କବି ଶ୍ରୀମତୀ ଅପର୍ଣ୍ଣା ମହାନ୍ତିଙ୍କୁ ଭାନୁଜୀ ରାଓ ସ୍ମାରକୀ ପୁରସ୍କାର, ଗାଳ୍ପିକ କୃପାସାଗର ସାହୁଙ୍କୁ ବୀଣାପାଣି ମହାନ୍ତି କଥା ସାହିତ୍ୟ ପୁରସ୍କାର, କବି ପ୍ରିତିଧାରା ସାମଲ ଓ ସରୋଜ ବଳଙ୍କୁ ସୁବ୍ରତ ରଥ ସ୍ମାରକୀ ପୁରସ୍କାର ପ୍ରଦାନ କରାଯିବ। ମାର୍ଚ୍ଚ ୧୭ରେ କଟକ କଳାବିକାଶ କେନ୍ଦ୍ରରେ ଆୟୋଜିତ ହେବାକୁ ଥିବା ଉତ୍ସବରେ ଜ୍ଞାନପୀଠ ବିଜୟିନୀ ଶ୍ରୀମତୀ ପ୍ରତିଭା ରାୟ ଏହି ସମ୍ମାନ ପ୍ରଦାନ କରିବେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories