www.samajalive.in
Sunday, December 14, 2025
16.1 C
Bhubaneswar

ମୀନାବଜାର ଆବର୍ଜନାରେ ପରିବେଶ ଦୂଷିତ

ଆଠଗଡ : ଆଠଗଡ ସହରର ରାସରସିକପୁର ସାହି ପଛପଟ ପଡିଆ ନିକଟରେ ଚାଲିଥିବା ମୀନାବଜାର ଆବର୍ଜନାରେ ପରିପୂର୍ଣ୍ଣ ହୋଇ ପରିବେଶ ଦୂଷିତ  ହେଉଛି । ଉକ୍ତ ପଡିଆରେ ୧୫ ଦିନରୁ ଉର୍ଦ୍ଧ୍ବ ସମୟ ଧରି ଏକ ମୀନାବଜାର ପଡିଥିଲା । ମୀନାବଜାର ବନ୍ଦ ହୋଇ ଏଠାରୁ ଚାଲିଯିବାର ପ୍ରାୟ ୬-୭ ଦିନ ବିତି ଯାଇଥିଲେ ମଧ୍ଯ ସେଠାରେ ଇତସ୍ତତଃ ହୋଇ ପଡିଥିବା ପର୍ଯ୍ୟାପ୍ତ ବର୍ଯ୍ୟବସ୍ତୁ ଓ ଆବର୍ଜନା ସଫେଇ ହୋଇନାହିଁ। ବହୁମାତ୍ରାରେ ପଲିଥିନ୍, ଜରି, କାଗଜ ଓ ପତ୍ର ଠୋଲା ଏବଂ ଅନ୍ଯାନ୍ଯ ଆବର୍ଜନା ପୁରା ପଡିଆରେ ବିଛାଡି ହୋଇ ପଡିଛି । ଏପରିକି ମୀନାବଜରରେ ବିକ୍ରି ହେଉଥିବା ଖାଦ୍ଯ ପଦାର୍ଥ ବିଭିନ୍ନ ସ୍ଥାନରେ ପଡିବା ଫଳରେ ପଚିଷଢି ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି। ଉକ୍ତ ପଡିଆର ଠିକ୍ ସାମ୍ନାରେ ଗୋପବନ୍ଧୁ ମହିଳା ସ୍ନାତକ କଲେଜ ଏବଂ ନିକଟରେ ରାସରସିକପୁର ୟୁଜିୟୁପି ସ୍କୁଲ ଓ ମହିଳା କନିଷ୍ଠ କଲେଜ ରହିଛି । ମୀନାବଜାରର ଆବର୍ଜନା ପବନରେ ଉଡି ନିକଟସ୍ଥ ମୁଖ୍ଯ ରାସ୍ତାରେ ଓ କଲେଜ ମଧ୍ଯରେ ପଡୁଥିବା ଦେଖାଯାଉଛି। ପରିବେଶ ପ୍ରଦୂଷଣ ପ୍ରତି ମୀନାବଜାର ମାଲିକ ଓ ଆୟୋଜକ ସଚେତନ ଥିବା ଭଳି ମନେ ହେଉନାହିଁ ।  ମୀନାବଜାର ପରିଚାଳନା କରୁଥିବା ଆୟୋଜକ ହୁଅନ୍ତୁ ଅବା ସ୍ଥାନୀୟ ଏନଏସି କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ଉକ୍ତ ପଡିଆ ସଫେଇ ପାଇଁ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories