ପାଟଣା : ପାଟଣା ବଜାର ଦେଇ ଯାଇଥିବା ରାସ୍ତା ମଝିରୁ ଫାଟି ଯାଇ ଖାଲ ହୋଇଯାଇଛି । ସ୍ଥାନୀୟ ଲୋକେ ଏହା ଦେଖି ଏଥିରେ ଯାତାୟତ ପାଇଁ ଭୟ କରୁଛନ୍ତି । ଏହା ବିପଦକୁ ଆମନ୍ତ୍ରଣ କରୁଛି। ପାଟଣା ବ୍ଲକ ମୁଖ୍ୟ ବଜାର ରାସ୍ତା ନିର୍ମାଣ କାମ ନିମ୍ନମାନର ହୋଇଥିବାରୁ ରାସ୍ତାର ଅବସ୍ଥା ଏବେ ଏପରି ହୋଇଛି। ସୂଚନା ଅନୁଯାୟୀ ପାଟଣା ବଜାର ଦେଇ ଯାଇଥିବା କଂକ୍ରିଟ ରାସ୍ତାଟି ୮ ବର୍ଷ ହେବ ନିର୍ମାଣ ହୋଇଥିଲା। ଏହି ରାସ୍ତା ଦେଇ ପ୍ରତିଦିନ ଶହଶହ ଗାଡି ମୋଟର ଠାରୁ ଆରମ୍ଭକରି କଲେଜ ସ୍କୁଲ ଛାତ୍ରଛାତ୍ରୀ ମାନେ ପ୍ରତିଦିନ ଏହି ରାସ୍ତାରେ ସ୍କୁଲକୁ ଯିବା ଆସିବା ସହ ବହୁ ବଡ ବଡ ଅଧିକାରୀ ମାନଙ୍କର ଗାଡି ମଧ୍ୟ ଏହି ରାସ୍ତାରେ ଯାଉଥିବା ବେଳେ ଏଥିପ୍ରତି କାହାର ନଜର ପଡୁନାହିଁ। ତୁରନ୍ତ ଏହି ରାସ୍ତାର ମରାମତି କାର୍ଯ୍ୟ କରିବା ପାଇଁ ଜନସାଧାରଣଙ୍କ ପକ୍ଷରୁ ଦାବି ହେଉଛି।
Popular Categories



