www.samajalive.in
Sunday, December 14, 2025
15.1 C
Bhubaneswar

ସମ୍ଭଲରେ ୭୮ ବର୍ଷରେ ୩୦% କମିଛି ହିନ୍ଦୁ ଜନସଂଖ୍ୟା

ସମାଜ ଡିଜିଟାଲ ଡେସ୍କ: ସ୍ଵାଧୀନତା ପରଠାରୁ ବର୍ତ୍ତମାନ ସମୟ ମଧ୍ୟରେ ହିନ୍ଦୁ ଜନସଂଖ୍ୟାରେ ୩୦ ପ୍ରତିଶତ ହ୍ରାସ ଘଟିଛି। ଉତ୍ତରପ୍ରଦେଶର ସମ୍ଭଲ ନଗରପାଳିକା ଅଞ୍ଚଳରେ ହିନ୍ଦୁ ଜନସଂଖ୍ୟାରେ ଏଭଳି ହ୍ରାସ ଘଟିଥିବା ସରକାରଙ୍କ ପକ୍ଷରୁ ଗଠିତ ୩ ଜଣିଆ କମିଟି ରିପୋର୍ଟ ପ୍ରଦାନ କରିଛି। ୨୦୨୪ ନଭେମ୍ବର ୨୪ରେ ସମ୍ଭଲରେ ହିଂସାକାଣ୍ଡର ତଦନ୍ତ ପାଇଁ ସରକାର ଏକ କମିଟି ଗଠନ କରିଥିଲେ। କମିଟି ୪୫୦ ପୃଷ୍ଠାର ଏକ ରିପୋର୍ଟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଦାନ କରିଛନ୍ତି।

ରିପୋର୍ଟରେ ଦର୍ଶାଯାଇଛି ଯେ, ୧୯୪୭ରେ ସମ୍ଭଲ ନଗରପାଳିକା ଅଞ୍ଚଳରେ ହିନ୍ଦୁ ଜନସଂଖ୍ୟା ୪୫ ପ୍ରତିଶତ ରହିଥିଲା। ୨୦୨୫ରେ ଏଠାକାର ହିନ୍ଦୁ ଜନସଂଖ୍ୟା ୧୫ପ୍ରତିଶତ ରହିଛି। ସମ୍ଭଲ ଆତଙ୍କୀମାନଙ୍କ ଆଡ୍ଡା ପାଲଟିଯାଇଛି। ଏଠାରେ ସ୍ଵାଧୀନତା ପରଠାରୁ ୧୫ ଥର ଦଙ୍ଗା ହୋଇସାରିଛି।

- Advertisement -

ନଭେମ୍ବର ୨୪ରେ ହୋଇଥିବା ଦଙ୍ଗା ସମ୍ପର୍କରେ ରିପୋର୍ଟରେ କୁହାଯାଇଛି ଯେ, ଷଡ଼ଯନ୍ତ୍ରକାରୀଙ୍କୁ ଜଣା ଥିଲା ଯେ ସେଠାରେ ସର୍ଭେ ହେବାର ଅଛି। ପ୍ରଶାସନ ପକ୍ଷରୁ ସମ୍ଭଲସ୍ଥିତ ଜାଗା ମସଜିତ ପରିଚାଳକଙ୍କୁ ଏ ସମ୍ପର୍କରେ ଅବଗତ କରାଇଥିଲା। ଏହି କଥା ପ୍ରଘଟ ହେବା ପରେ ସେଠାରେ ହିଂସା ଘଟିଥିଲା। ଏହା ପୂର୍ବ ନିର୍ଦ୍ଧାରିତ ଏବଂ ଷଡ଼ଯନ୍ତ୍ରର ପରିଣତି ଥିଲା। ନମାଜ ପାଠ କରୁଥିବା ବ୍ୟକ୍ତିଙ୍କୁ ଉସୁକାଇବା ଲାଗି ସାଂସଦ ଜିୟା ଉର ରହମନ ବର୍କ କହିଥିଲେ ଯେ, ସେ ଦେଶର ମାଲିକ। ତାଙ୍କର ଏଭଳି ଉତ୍ତେଜନାପୂର୍ଣ୍ଣ ଭାଷଣ ଅନ୍ୟ ଲୋକଙ୍କୁ ହିଂସାରେ ସାମିଲ ହେବାକୁ ପ୍ରବର୍ତ୍ତାଇଥିଲା।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories