www.samajalive.in
Saturday, December 13, 2025
26.1 C
Bhubaneswar

ସମୁଦ୍ରରେ ଓଲଟିଲା ମାଛଧରା ବୋଟ୍‌; ବର୍ତ୍ତିଲେ ୪ ମତ୍ସ୍ୟଜୀବୀ

ବାସୁଦେବପୁର : ସମୁଦ୍ରରେ ମାଛ ମାରୁଥିବା ସମୟରେ ପବନ ମାଡ଼ରେ ମା’ ହିଡିମ୍ବା ନାମକ ମାଛଧରା ବୋଟ୍‌ ଓଲଟି ପଡିଛି। ତିନିଦିନ ଜାର ଓ ସୋଲରେ ଭାସି ରହିବା ପରେ ମତ୍ସ୍ୟଜୀବୀମାନଙ୍କୁ ଗତକାଲି ରାତିରେ ଉଦ୍ଧାର କରାଯାଇଛି। ସେମାନେ ଅସୁସ୍ଥ ଥିବାରୁ ବାସୁଦେବପୁର ଡାକ୍ତରଖାନାରେ ଚିକିତ୍ସା କରାଯାଇଛି। ତେବେ ତିନିଦିନ ପରେ ମତ୍ସ୍ୟଜୀବୀମାନେ ଉଦ୍ଧାର ହେବ ଘଟଣା ପରିବାରକୁ ଆଶ୍ୱସ୍ତି ଦେଇଛି। ସମସ୍ତ ମତ୍ସ୍ୟଜୀବୀ ଚୂଡ଼ାମଣି ଅଂଚଳର।
ମା’ ହିଡିମ୍ବା ନାମକ ବୋଟରେ ଗତ ୨୧ ତାରିଖରେ ୪ ଜଣ ମତ୍ସ୍ୟଜୀବୀ ନେଇ ସମୁଦ୍ରକୁ ମାଛ ମାରିବାକୁ ଯାଇଥିଲେ। ମାଛ ମାରୁଥିବା ସମୟରେ ଗତ ୨୪ ତାରିଖରେ ବୋଟଟିର ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ମତ୍ସ୍ୟଜୀବୀମାନେ ବୋଟକୁ ଲଂଗର ପକାଇ ସେହିଠାରେ ଅଟକି ରହିଥିଲେ। ବିପଦ ପରେ ଆଉ ଏକ ବିପଦ ଦେଖାଦେଇଥିଲା। ପାଗ ଖରାପ ଥିବାରୁ ଖୁବ ଜୋର ରେ ପବନ ମାଡ଼ ହୋଇଥିଲା। ପବନରେ ଛୋଟ ବୋଟ ଟି ଓଲଟି ପଡିଥିଲା। ମତ୍ସ୍ୟଜୀବୀମାନେ ଜୀବନ ବିକଳରେ ବଡ଼ବଡ଼ ଜାର, ସୋଲକୁ ଧରି ସମୁଦ୍ରରେ ଭାସିଥିଲେ। ଦୁଇଦିନ ଏଭଳି ଅବସ୍ଥାରେ ରହିବା ପରେ ମାଲିକ ଖବରପାଇ ମତ୍ସ୍ୟଜୀବୀମାନଙ୍କୁ ବୋଟନେଇ ଉଦ୍ଧାର କରିଥିଲେ। ୧୦୮ ଜରିଆରେ ସେମାନଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯାଇଛି। ଏହି ମତ୍ସ୍ୟଜୀବୀମାନେ ହେଲେ ପ୍ରକାଶ ମଳିକ (୩୪),ପବନା ମଳିକ (୫୬), ବନ ମଳିକ (୨୭) ଓ ସପନ ମଳିକ (୭୦) ବୋଲି ଜଣାପଡିଛି।

୩୦ ଅଗଷ୍ଟରେ ବୁଦ୍ଧାଦିତ୍ୟ ରାଜଯୋଗ ; ଏହି ରାଶିଙ୍କୁ ବ୍ୟବସାୟରେ ମିଳିବ ବଡ ଲାଭ, ଖାଲି ମିଳିବ ସଫଳତା..

ଚା’ ପିଇବାକୁ ଯାଇଥିଲେ.. ଜଣେ ମୃତ ; ୨ ଗୁରୁତର, ୫୦ ଲକ୍ଷ କ୍ଷତିପୂରଣ ଦାବି 

- Advertisement -

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories