www.samajalive.in
Sunday, December 14, 2025
26.1 C
Bhubaneswar

ନିଷ୍ଟ ଆଷ୍ଟ୍ରୋନୋମି କ୍ଲବ ଦ୍ୱାରା ଜାତୀୟ ମହାକାଶ ଦିବସ ପାଳିତ

ଗୋପାଳପୁର:ନିଷ୍ଟ ଆଷ୍ଟ୍ରୋନୋମି କ୍ଲବ ଦ୍ୱାରା ଜାତୀୟ ମହାକାଶ ଦିବସ ପାଳିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ଆଇଜର, ବ୍ରହ୍ମପୁରର ପଦାର୍ଥ ବିଜ୍ଞାନ ବିଭାଗ ଅଧ୍ୟାପକ ଡ଼ ରାହୁଲ ଶର୍ମା ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଚାନ୍ଦ୍ରୟାନ-3 ର ସଫଳ ଉତକ୍ଷେପଣ କାହାଣୀ ବର୍ଣନା କରିଥିଲେ । ଏଥି ସହ, ଭାରତ ର ମହାକାଶ ସମ୍ବନ୍ଧୀୟ ଗବେଷଣା ଯୋଗୁଁ ସାଧାରଣ ଜୀବନ ରେ ଏହାର କିପରି ଉପଯୋଗ ହୋଇପାରିଛି, ସେ ସମ୍ବନ୍ଧ ରେ ଆଲୋକପାତ କରିଥିଲେ । ଯୁବ ଛାତ୍ର ଓ ଛାତ୍ରୀ, ମହାକାଶ ବିଜ୍ଞାନ ରେ କେଉଁଠି ଇଣ୍ଟରନସିପ କରି ବଡ଼ ବଡ଼ ମହାକାଶ ଗବେଷଣା କେନ୍ଦ୍ର ରେ ଯୋଗ ଦେଇ ପାରିବ, ସେ ବିଷୟରେ ବୁଝାଇ କହିଥିଲେ । ଉପସ୍ଥିତ ଅତିଥି ମାନଙ୍କ ମଧ୍ୟରେ ଡିନ (ଏକାଡେ଼ମିକ ) ପ୍ରଫେସର ରାଜେଶ କୁମାର ବିଶ୍ୱବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ମହାକାଶ ବିଜ୍ଞାନ ରେ ଜ୍ଞାନ ଆହାରଣ କରି, ଭବିଷ୍ୟତ ରେ ଏଥିରେ ଗବେଷଣା କରି ବିଶ୍ୱବିଦ୍ୟାଳୟ ପାଇଁ ସମ୍ମାନ ଆଣିବା ପାଇଁ ଆଶା ପୋଷଣ କରିଥିଲେ । ଉକ୍ତ ସଭାରେ ଭାରପ୍ରାପ୍ତ କୁଳସଚିବ ଡ଼ ବିଷ୍ଣୁକର ନାୟକ କବିତା ପାଠ ମାଧ୍ୟମରେ ଛାତ୍ରୀ ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ।  ନିଷ୍ଟ ଆଷ୍ଟ୍ରୋନୋମି କ୍ଲବ ର ଉପଦେଷ୍ଟା ଡ଼ ଆଶିଷ କୁମାର ମହାପାତ୍ର ବର୍ଷ ସାରା କ୍ଲବ ଆନୁକୂଲ୍ୟରେ ହୋଇଥିବା ସମସ୍ତ କାର୍ଯ୍ୟକ୍ରମ ଯଥା ମହାକାଶ ଫୋଟୋ  ଉତ୍ତୋଳନ, ନୀଳ ଜହ୍ନ ଓ ଆଷ୍ଟ୍ରୋନମୀ ୱାର୍କସପ ର ବିବରଣୀ ପ୍ରଧାନ କରିଥିଲେ । କ୍ଲବର ସଭାପତି କମ୍ପୁଟର ବିଜ୍ଞାନ ବିଭାଗ (ବି.ଟେକ) ର ଚତୁର୍ଥ ବର୍ଷ ର ଛାତ୍ର ଶଶାଙ୍କ ଶେଖର ଶତପଥି  ଧନ୍ୟବାଦ ଅର୍ପଣ କରିଥିଲେ। ଏଥି ସହିତ କ୍ଲବ ର ସଚିବ କମ୍ପୁଟର ବିଜ୍ଞାନ (ବି.ଟେକ) ର ତୃତୀୟ ବର୍ଷ ର ଛାତ୍ର ସୁଭାଶିଷ ପାତ୍ର ସଭା ର ଆୟୋଜନ ରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।  ସଭାକୁ ସଫଳ ଭାବେ ସଂଯୋଜନା କରିଥିଲେ କମ୍ପୁଟର ବିଜ୍ଞାନ (ବି. ଟେକ) ର ଚତୁର୍ଥ ବର୍ଷ ର ଛାତ୍ରୀ ଏ. ସୋନାଲ । ଏହି ସଭା ରେ ୧୦୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଓ କ୍ଲବ ର ତିରିଶ ରୁ ଉର୍ଦ୍ଧ ସଦସ୍ୟ ଙ୍କ ସହ ଅଧ୍ୟାପକ ଡ଼ ଜଗନ୍ନାଥ ପଣ୍ଡା, ପ୍ରଫେସର ସିମାଞ୍ଚଳ ପାଣିଗ୍ରାହୀ, ଡ଼ ସୁଶାନ୍ତ କୁମାର ସାହୁ, ଡ଼ ବିଶ୍ୱଜିତ ପଣ୍ଡା ଇତ୍ୟାଦି ଉପସ୍ଥିତ ରହି ସଭାକୁ ସଫଳ କରାଇଥିଲ । ଡ଼ ପ୍ରୀତି ରଞ୍ଜନ ସାହୁ, ଡ଼ ରତିକାନ୍ତ ନାୟକ, ଡ଼ ସୁଶାନ୍ତ କୁମାର ସାହୁ, ଡ଼ ଜଗନ୍ନାଥ ପଣ୍ଡା ଉକ୍ତ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories