ପାଟଣା : ଘଟଗାଁ ବ୍ଲକ ଢେଙ୍କିକୋଟ ଫାଣ୍ଡି ଅଞ୍ଚଳ ସାନ୍ତରାପୁର ସ୍ବାସ୍ଥ୍ୟ ଉପକେନ୍ଦ୍ରରୁ ଇନଭର୍ଟର ଓ ବ୍ୟାଟେରୀ ଚୋରି ହୋଇଥିବା ଢେଙ୍କିକୋଟ ଫାଣ୍ଡିରେ ଅଭିଯୋଗ ହୋଇଛି। ସ୍ବାସ୍ଥ୍ୟକର୍ମୀ ଉପକେନ୍ଦ୍ର ତାଲା ମାରି ଯାଇଥିବାବେଳେ ଫେରିବା ପରେ ତାଲା ଖୋଲା ଥିବା ଦେଖିବା ପରେ ଘର ଭିତରୁ ବ୍ୟାଟେରୀ ଓ ଇନଭର୍ଟର ଚୋରି ହୋଇଥିବା ଜଣାପଡିଥିଲା। ପୁଲିସ ଘଟଣାର ଅନୁସନ୍ଧାନ କରୁଛି। ଅନୁରୂପ ଭାବେ ପାଟଣା ଥାନା ଅଞ୍ଚଳ ସାହାରପଡା ବ୍ଲକ ପିପିଳିଆ ସ୍ବାସ୍ଥ୍ୟ ଉପକେନ୍ଦ୍ରରୁ ଇନଭର୍ଟର ଚୋରି ହୋଇଥିବାରୁ ଏହି ଘଟଣାରେ ଗୋଟିଏ ଗ୍ୟାଙ୍ଗ ସାମିଲ ଥିବା ଅନୁମାନ କରାଯାଉଛି।
Popular Categories



