କଳାପଥର: ପୁରୀ ଜିଲ୍ଲା କୋଣାର୍କ ପୁଲିସ , ଧଳାପଥର ଫାଣ୍ଡି ପୁଲିସର ମିଳିତ ଉଦ୍ୟମରେ ବହୁଦିନ ଧରି ଚାଲିଥିବା ଦେହ କାରବାରରେ ଧଳାପଥର ଗାଁ ମିଛପଣ୍ଡା ସାହିର ଏକ ଘରକୁ ଚଢ଼ାଉ କରିଥିଲା । . ଦେହଜିବୀ ଓ ଜଣେ ଗ୍ରାହକକୁ କୋଣାର୍କ ପୁଲିସ ଉଠାଇ ନେଇ ଅଧିକ ତଦନ୍ତ ଚଳାଇଛି । ଅଟକ ମହିଳା ଜଣଙ୍କ ପୂର୍ବରୁ ଗିରଫ ହୋଇଥିଲା ବେଳେ ରାଣୀ ମହୁମାଛି ନାମରେ ଭୁବନେଶ୍ୱର, କଟକ, ପୁରୀ ଆଦି ଥାନାରେ ଦେହ ବ୍ୟବସାୟ ଚଳାଇବା ନେଇ ମାମଲା ରହିଛି । ସେପଟେ ଗତ କିଛି ଦିନ ତଳେ ଏହି ଘରେ ଏବଂ ଧଳାପଥର ଗ୍ରାମ ମଶାଣି ଭୂଇଁ ରେ ଦେହ ବ୍ୟବସାୟ ଚାଲୁଥିଲା ବେଳେ ରେଡ ହ୍ୟାଣ୍ଡରେ କଟକ ଜିଲ୍ଲା ବୈଦ୍ୟେଶ୍ୱର ପୁଲିସ ଦୁଇ ଯୁବତୀ ସହ ଗ୍ରାହକ ଏବଂ ଦଲାଲ ସ୍ୱାମୀ ସ୍ତ୍ରୀଙ୍କୁ ଗିରଫ କରି ବାଙ୍କୀ କୋର୍ଟ ଚାଲାଣ କରି ଥିଲେ । ଫାଣ୍ଡି ଠାରୁ ଦୁଇ ସହ ମିଟର ହୋଇଥିବା ମିଛ ପଣ୍ଡା ସାହିରେ ଦେହ ବ୍ୟବସାୟ ଚାଲୁଥିବା ନେଇ ଫାଣ୍ଡି ଅଧିକାରୀ ଶୁଶାନ୍ତ କୁମାର ମଲ୍ଲିକଙ୍କୁ ଯୋଗାଯୋଗ କରିବାରେ , ସେ କହିଲେ ମୋ ପାଖରେ କିଛି ସେମିତି ଖବର ନାହିଁ । ଗ୍ରାମାଞ୍ଚଳରେ ଏହି ଦେହ ବ୍ୟବସାୟ ବନ୍ଦ କରିବାକୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟରେ ଅଞ୍ଚଳବାସୀ ଦାବୀ କରିଛନ୍ତି ।.



