www.samajalive.in
Sunday, December 14, 2025
23.1 C
Bhubaneswar

କାଶ୍ମୀର ବିଚ୍ଛିନ୍ନତାବାଦୀଙ୍କ ଘର ଖାନତଲାସୀ କଲା ଏନ୍‍ଆଇଏ

ନୂଆଦିଲ୍ଲୀ: ଜାତୀୟ ତଦନ୍ତକାରୀ ସଂସ୍ଥା – ଏନ୍‍ଆଇଏ କାଶ୍ମୀର ଉପତ୍ୟକାର ବିଚ୍ଛିନ୍ନତାବାଦୀମାନଙ୍କ ଘରେ ଖାନତଲାସୀ କରିଛି। ସନ୍ତ୍ରାସବାଦୀମାନଙ୍କୁ ପାଣ୍ଠି ପ୍ରଦାନ ସଂକ୍ରାନ୍ତରେ ଏନ୍‍ଆଇଏ ଏହି ଖାନତଲାସୀ କରିଥିବା ଜଣାପଡିଛି। ଏନ୍‍.ଆଇ.ଏ.ର ଅଧିକାରୀମାନଙ୍କ ସମେତ ସ୍ଥାନୀୟ ପୁଲିସ୍‍ ଓ ସି.ଆର୍‍.ପି.ଏଫ୍‍. ଯବାନମାନଙ୍କ ସହାୟତାରେ ୯ଟି ସ୍ଥାନରେ ଖାନତଲାସୀ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ମିର୍‍ୱେଜ୍‍ ଉମର ଫାରୁକ୍‍ , ସୟଦ୍‍ ଅଲି ଶାହା ଗିଲାନୀଙ୍କ ପୁଅ ନୟିମ୍‍ ଗିଲାନୀ, ୟାସିନ୍‍ ମଲ୍ଲିକ, ଶବୀର ଶାହା, ଅସ୍‍ରଫ୍‍ ଶେହରାଇ ଓ ଜାଫର୍‍ ଭଟ୍ଟଙ୍କ ଘରେ ମଙ୍ଗଳବାର ଖାନତଲାସୀ କରାଯାଇଛି। ପାକିସ୍ତାନରୁ ହାୱଲା ଚ୍ୟାନେଲ୍‍ ମାଧ୍ୟମରେ ବିଚ୍ଛିନ୍ନତାବାଦୀମାନଙ୍କୁ ପାଣ୍ଠି ମିଳୁଥିବା ସମ୍ପର୍କିତ ମାମଲାକୁ ନେଇ ଏହି ଚଢ଼ାଉ କରାଯାଇଛି।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories