ରଣପୁରଗଡ : ରାଜସ୍ବର ଏକ ପ୍ରମୁଖ ଉତ୍ସ ହେଉଛି ଖଣି ଖାଦାନ। ଖଣିଜ ପଦାର୍ଥ ମଧ୍ୟରେ ବହୁ ସ୍ଥାନରେ ଲଘୁଜାତ ଖଣିଜ ପଦାର୍ଥ ରହିଛି। ଲଘୁଜାତ ଖଣିଜ ପଦାର୍ଥରୁ ରାଜସ୍ୱ ଆଦାୟ ଦାୟିତ୍ୱ ରାଜସ୍ୱ ବିଭାଗ ହାତରେ ନ୍ୟସ୍ତ ଥିଲା। କିନ୍ତୁ ସରକାର ରାଜସ୍ୱ ବିଭାଗ ହାତରୁ ଦାୟିତ୍ୱ କାଢି ନେଇ ଓଡିଶା ଖଣି ନିଗମକୁ ଲଘୁଜାତ ଖଣିଜ ପଦାର୍ଥ ଦାୟିତ୍ୱ ପ୍ରଦାନ କରିଛନ୍ତି। କର୍ମଚାରୀ ଅଭାବ ଆଳ ଦେଖାଇ ଖଣି ନିଗମ ଚେଇଁ ଶୋଇଥିବା ଅଭିଯୋଗ ହେଉଛି। ଯାହା ଫଳରେ ଚେ।ରା ଲଘୁଜାତ ଖଣିଜ ପଦାର୍ଥ ଖନନ ବଢିବାରେ ଲାଗିଛି। ଫଳରେ ସରକାର କେ।ଟି କେ।ଟି ଟଙ୍କା ରାଜସ୍ୱ ହରାଉଥିବା ବେଳେ ପ୍ରଶାସନ ନିଷ୍କ୍ରିୟ ହେ।ଇଥିବା ଅଭିଯୋଗ ହେଉଛି। ସ୍ଥାନୀୟ ନେତା ଓ ପ୍ରଭାବଶାଳୀ ଲୋକଙ୍କୁ ହାତବାରସୀ କରି ଖଣି ମାଫିଆମାନେ ରାତି ଦିନ ଲଘୁଜାତ ଖଣିଜ ପଦାର୍ଥ ଲୁଟ ଓ ଚାଲାଣ କରି ମାଲେମାଲ୍ ହେଉଛନ୍ତି। ସେଭଳି ଦେଖିବାକୁ ମିଳୁଛି ନୟାଗଡ଼ ଜିଲ୍ଲା ରଣପୁର ତହସିଲ ରାଇପଡା ରାଜସ୍ୱ ମଣ୍ଡଳ ଗୈ।ରଚନ୍ଦ୍ରପୁର ଅଞ୍ଚଳରେ। ଗାଁ ନିକଟ ରାଜସ୍ୱ ବିଭାଗ ଅଧିନରେ ଥିବା ଗ୍ରାମ୍ୟ ଜବତ ଜଙ୍ଗଲ ଓ ଟାଙ୍ଗୀ ବନାଞ୍ଚଳ ଅଧିକାରୀଙ୍କ ଅଧିନସ୍ଥ ଜଙ୍ଗଲକୁ ମାଫିଆମାନେ କାଟି ପଦା କରି ଚେ।ରା ମାଙ୍କଡା ଖଣି କରି ପଥର କାଟି ଚାଲାଣ କରିବାରେ ଲାଗି ପଡିଛନ୍ତି। ରାଜସ୍ୱ ସୁପରଭାଇଜର ଶିବ ନାରାୟଣ ପ୍ରଧାନ କୁହନ୍ତି ଆମ ହାତରେ ଆଉ କ୍ଷମତା ନାହିଁ। ତେଣୁ ମାଫିଆ ଆମକୁ ଧମକାଇ ଖଣି କାଟୁଛନ୍ତି। ଆମେ ନୂଆ ଚେ।ରା ମାଙ୍କଡା ଖଣି ନେଇ କେବଳ ଉପରିସ୍ଥ ଅଧିକାରୀଙ୍କୁ ରିପୋର୍ଟ କରୁଛୁ। ସମସ୍ତେ ଚୁପ୍ ରହି ନିର୍ଦେଶ ଅପେକ୍ଷାରେ ବସିଛନ୍ତି । ତେଣୁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ରାଜସ୍ୱ ବିଭାଗ ଏ ଦିଗରେ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଅନୁରୋଧ କରିଛନ୍ତି।
Popular Categories



