www.samajalive.in
Saturday, December 13, 2025
26.1 C
Bhubaneswar

ଦକ୍ଷିଣ କୋରିଆରେ ପାରା ଫେନସିଂ ବିଶ୍ବ ଚାମ୍ପିଅନସିପରେ ଭାଗନେବେ ପୂଜାସ୍ବିନୀ

ଭୁବନେଶ୍ବର : ଗଜପତି ଜିଲ୍ଲାର ଜଣେ ଆନ୍ତର୍ଜାତୀୟ ହ୍ୱିଲଚେୟାର ଫେନସିଂ ଖେଳାଳି ତଥା ଜାତୀୟ ସ୍ୱର୍ଣ୍ଣ ପଦକ ବିଜେତା ମିସ୍ ପୂଜାସ୍ୱିନୀ ନାୟକଙ୍କୁ ଦକ୍ଷିଣ କୋରିଆର ଇକ୍ସାନ-ସିରେ ସେପ୍ଟେମ୍ବର ୨ ରୁ ୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ପ୍ରତିଷ୍ଠିତ ୨୦୨୫ ପାରା ଫେନସିଂ ବିଶ୍ୱ ଚାମ୍ପିଅନସିପରେ ଭାରତକୁ ପ୍ରତିନିଧିତ୍ୱ କରିବା ପାଇଁ ମନୋନୀତ କରାଯାଇଛି।

ଗତ ପାଞ୍ଚ ବର୍ଷ ମଧ୍ୟରେ, ମିସ୍ . ନାୟକ ଜାତୀୟ ସ୍ତରରେ ୩୩ଟି ପଦକ ଜିତି ରାଜ୍ୟ ଏବଂ ଜାତି ପାଇଁ ଗୌରବ ଆଣିଛନ୍ତି। ଅନ୍ତର୍ଜାତୀୟ ସ୍ତରରେ ତାଙ୍କର ଅଂଶଗ୍ରହଣକୁ ସମର୍ଥନ କରିବା ପାଇଁ, ସାମାଜିକ ସୁରକ୍ଷା ଓ ଦିବ୍ୟାଙ୍ଗ ସଶକ୍ତିକରଣ ବିଭାଗ ସ୍ଥାନୀୟସ୍ତରରେ ଉପଲବ୍ଧ ନଥିବା ଆନ୍ତର୍ଜାତୀୟ ମାନକ ଫିଏ-ଅନୁମୋଦିତ ହ୍ୱିଲଚେୟାର ଫେନସିଂ ଉପକରଣ କ୍ରୟ ପାଇଁ ବି.ବି ଏସ୍.ଏ ଯୋଜନା ଅଧୀନରେ ୧,୮୭,୦୩୧ ଆର୍ଥିକ ସହାୟତା ପ୍ରଦାନ କରୁଛି। କହିରଖୁଛୁ ଓଡ଼ିଶା ସରକାର ଦିବ୍ୟାଙ୍ଗ କ୍ରୀଡ଼ାବିତଙ୍କୁ ସଶକ୍ତ କରିବା ଏବଂ ବିଶ୍ୱ ସ୍ତରରେ ସେମାନଙ୍କୁ ଚମକ ଦେଖାଇବା ପାଇଁ ପ୍ରତ୍ୟେକ ସୁଯୋଗ ପାଇବା ଲଗାତର ଚେଷ୍ଟା କରିଆସୁଛନ୍ତି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories