www.samajalive.in
Monday, December 8, 2025
14.1 C
Bhubaneswar

ଗଣେଶ ପୂଜାରେ ରାଶି ଅନୁଯାୟୀ ଅର୍ପଣ କରନ୍ତୁ ଏହି ଭୋଗ: ମିଳିବ ଧନ ଠାରୁ ଆରମ୍ଭ କରି ସଫଳତା, ସୁଖମୟ ଦାମ୍ପତ୍ୟ ଜୀବନ..

ଚଳିତ ବର୍ଷ ୨୭ ଅଗଷ୍ଟରେ ପାଳନ କରାଯାଉଛି ଅଗ୍ରପୂଜ୍ୟ ପ୍ରଭୁ ଗଣେଶଙ୍କ ପୂଜା ଉତ୍ସବ ।ଏହି ଦିନ ପ୍ରଭୁଙ୍କର ବିଶେଷ ଭାବେ ପୂଜାର୍ଚ୍ଚନା କରାଯିବା ସହ ମୋଦକ, ଲଡୁ, ବିଭିନ୍ନ ପ୍ରକାରର ଭୋଗ ଅର୍ପଣ କରାଯାଏ । ଶାସ୍ତ୍ର ଅନୁସାରେ ଏହି ଦିନ ରାଶି ଅନୁସାରେ ପ୍ରଭୁଙ୍କୁ ଭୋଗ ଅର୍ପଣ କରିବା ଦ୍ୱାରା ପ୍ରଭୁ ଶୀଘ୍ର ପ୍ରସନ୍ନ ହେବା ସହ ମନସ୍କାମନା ପୂରଣ ହୋଇଥାଏ । ଶ୍ରଦ୍ଧାଳୁଙ୍କୁ ସୁଖ-ସମୃଦ୍ଧି, ସୌଭାଗ୍ୟ ଓ ସଫଳତା ପ୍ରାପ୍ତି ହୋଇଥାଏ । ଜାଣନ୍ତୁ ରାଶି ଅନୁଯାୟୀ କେଉଁ ଭୋଗ କରିବେ ଅର୍ପଣ..

ମେଷ- ଏହି ରାଶିର ବ୍ୟକ୍ତି ବିଶେଷ ପ୍ରଭୁଙ୍କୁ ଗହମ ଓ ଗୁଡରେ ପ୍ରସ୍ତୁତ ଲଡୁ ଅର୍ପଣ କରନ୍ତୁ । ଏହାଦ୍ୱାରା ଜୀବନରେ ହସଖୁସି,ସଫଳତା ଓ କର୍ମକ୍ଷେତ୍ରରେ ଉନ୍ନତି ହୋଇଥାଏ ।

- Advertisement -

ବୃଷ- ଏହି ରାଶିର ବ୍ୟକ୍ତି ବିଶେଷ ଚିନି ଓ କ୍ଷୀରରେ ପ୍ରସ୍ତୁତ ମିଠା ଅର୍ପଣ କରନ୍ତୁ । ଏହାଦ୍ୱାରା ଧନ-ସମ୍ପତ୍ତି ଓ ପରିବାରରେ ହସଖୁସି ବୃଦ୍ଧି ହୋଇଥାଏ ।

ମିଥୁନ- ଏହି ରାଶିର ବ୍ୟକ୍ତି ବିଶେଷ ପ୍ରଭୁଙ୍କୁ ମୋଦକ ଅର୍ପଣ କରନ୍ତୁ । ଏହାଦ୍ୱାରା ବୁଦ୍ଧି, ଜ୍ଞାନ, ଓ ବାଣୀ ମଧୁର ହୋଇଥାଏ ।

କର୍କଟ- ଏହି ରାଶିର ବ୍ୟକ୍ତି ବିଶେଷ କ୍ଷୀରି କିମ୍ବା କ୍ଷୀର ପ୍ରସ୍ତୁତ ମିଠା ଅର୍ପଣ କରନ୍ତୁ । ଏହାଦ୍ୱାରା ମାନସିକ ଶାନ୍ତି ଓ ପରିବାରରେ ସୁଖଶାନ୍ତି ରହିଥାଏ ।

ସିଂହ- ଏହି ରାଶିର ବ୍ୟକ୍ତି ବିଶେଷ ଗୁଡରେ ଓ ଘିଅରେ ତିଆରି ଲଡୁ ଅର୍ପଣ କରନ୍ତୁ । ଏହାଦ୍ୱାରା ଆତ୍ମବିଶ୍ୱାସ ବୃଦ୍ଧି ହୋଇଥାଏ ।

କନ୍ୟା- ଏହି ରାଶିର ବ୍ୟକ୍ତି ବିଶେଷ ପିସ୍ତା-ବାଦାମରେ ତିଆରି ଲଡୁ ଭୋଗ ଅର୍ପଣ କରନ୍ତୁ । ଏହାଦ୍ୱାରା ସ୍ୱାସ୍ଥ୍ୟ ଉତ୍ତମ ରହିଥାଏ ।

ତୁଳା- ଏହି ରାଶିର ବ୍ୟକ୍ତି ବିଶେଷ ଲହୁଣୀ, ମିଶ୍ରି ଅର୍ପଣ କରନ୍ତୁ । ଏହାଦ୍ୱାରା ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ ।

ବିଛା- ଏହି ରାଶିର ବ୍ୟକ୍ତି ବିଶେଷ ଗୁଡରେ ତିଆରି ଜିନିଷ ଭୋଗ ଲଗାନ୍ତୁ । ଏହାଦ୍ୱାରା ସଫଳତା ମିଳିଥାଏ ।

ଧନୁ- ଏହି ରାଶିର ବ୍ୟକ୍ତି ବିଶେଷ କେସର ମିଶ୍ରିତ କ୍ଷୀରି କିମ୍ବା ଲଡୁ ଅର୍ପଣ କରନ୍ତୁ । ଭାଗ୍ୟରେ ଶୁଭ ପରିବର୍ତ୍ତନ ହୋଇଥାଏ ।

ମକର- ଏହି ରାଶିର ବ୍ୟକ୍ତି ବିଶେଷ ଗୁଡ ଓ ବେସନରେ ତିଆରି ଲଡୁ ପ୍ରଭୁଙ୍କୁ ଅର୍ପଣ କରନ୍ତୁ । ଏହାଦ୍ୱାରା ଧନ ଓ ମାନ-ସମ୍ମାନ ବୃଦ୍ଧି ହୋଇଥାଏ ।

କୁମ୍ଭ- ଏହି ରାଶିର ବ୍ୟକ୍ତି ବିଶେଷ ହାଲୱା ଭୋଗ ଅର୍ପଣ କରନ୍ତୁ । ଏହାଦ୍ୱାରା ମାନ-ସମ୍ମାନ ବୃଦ୍ଧି ହେବ ।

ମୀନ- ଏହି ରାଶିର ବ୍ୟକ୍ତି ବିଶେଷ କ୍ଷୀରି ଭୋଗ ଅର୍ପଣ କରନ୍ତୁ । ଏହାଦ୍ୱାରା ଜୀବନରେ ଉନ୍ନତି ଓ ମନ ଶାନ୍ତ ରହିଥାଏ ।

ବାସ୍‌ ଗୋଟିଏ ଦିନ ପରେ.. ନବପଞ୍ଚମ ଯୋଗ ଏହି ରାଶିଙ୍କୁ କୋଟିପତି କରିବେ ପ୍ରଭୁ ଗଣେଶ..

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories