www.samajalive.in
Friday, December 5, 2025
20.1 C
Bhubaneswar

ରାଜ୍ୟରେ ସଂଗଠନ ସଜାଡିବ କଂଗ୍ରେସ: ଆଜି ଦିଲ୍ଲୀରେ ବୈଠକ

ଭୁବନେଶ୍ବର: ତୃଣମୂଳସ୍ତରରେ ସଙ୍ଗଠନ ସଜାଡ଼ିବା ପାଇଁ ଯୁବବର୍ଗଙ୍କୁ ଜିଲା ସଭାପତି ଦାୟିତ୍ୱ ଦେବ କଂଗ୍ରେସ । ଦଳ ପ୍ରତି ଆନୁଗତ୍ୟ ଏବଂ ସଙ୍ଗଠନ ସଜାଡ଼ିବାର କ୍ଷମତା ଥିବା ଯୁବବର୍ଗ ନେତାଙ୍କୁ ଜିଲା ସଭାପତି ମନୋନୟନ କରିବାକୁ ମାନଦଣ୍ଡ ପ୍ରସ୍ତୁତ କରିଛି ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) । ଜିଲା ସଭାପତି ପଦ ପାଇଁ ପ୍ରାର୍ଥୀଙ୍କ ବୟସ ସୀମା ୫୫ରୁ ୬୦ବର୍ଷ ରଖାଯାଇଥିବା ଜଣାପଡ଼ିଛି। ଓଡ଼ିଶା ପ୍ରଦେଶ କଂଗ୍ରେସ ଜିଲା ସଭାପତି ମନୋନୟନ ନେଇ ସୋମବାର ଦିଲ୍ଲୀରେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ଅଧକ୍ଷତାରେ ସଙ୍ଗଠନ ସୁଜନ ବୈଠକ ବସିବ। ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧା, ଏଆଇସିସି ସାଧାରଣ ସମ୍ପାଦକ(ସାଙ୍ଗଠନିକ) କେ.ସି.ବେଣୁଗୋପାଳ ବୈଠକରେ ରହିବେ।

ସୂଚନାନୁଯାୟୀ, ଉକ୍ତ ବୈଠକରେ ଉପସ୍ଥିତ ନେଇ ରାହୁଲ ଓ ବେଣୁଗୋପାଳଙ୍କ ସମ୍ମତି ମିଳିନାହିଁ । ଯଦି ଉଭୟ କୌଣସି କାରଣରୁ ଅନୁପସ୍ଥିତ ରୁହନ୍ତି ତେବେ ବୈଠକ ବାତିଲ୍ ହେବା ସମ୍ଭାବନା ରହିଛି। ଅନ୍ୟପଟେ ସଙ୍ଗଠନ ସୁଜନ ବୈଠକରେ ଯୋଗଦେବା ପାଇଁ ପିସିସି ସଭାପତି ଭକ୍ତଚରଣ ଦାସ, ପ୍ରଭାରୀ ଅଜୟ ଲବ୍ଧ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଏବଂ ସହର ପ୍ରଭାରୀ ସାହାନଦାନ ଚୌଧୁରୀ ଦିଲ୍ଲୀ ଯାଇଛନ୍ତି । ଓଡ଼ିଶାରେ ସଭାପତି ମନୋନୟନ ପାଇଁ ଏଆଇସିସି ଦ୍ବାରା ନିଯୁକ୍ତ ୩୫ ପର୍ଯ୍ୟବେକ୍ଷକ ବୈଠକରେ ରହିବେ। ଜିଲା ସଭାପତି ବାଛିବା ପାଇଁ ବିସ୍ତୃତ ଭାବେ ଖଡଗେ, ରାହୁଲ ଏବଂ ବେଣୁଗୋପାଳ ପିସିସି ସଭାପତି, ପ୍ରଭାରୀ, ସହ-ପ୍ରଭାରୀ ଏବଂ ବିଧାୟକ ଦଳ ନେତାଙ୍କ ସହ ନିଯୁକ୍ତ ୩୫ଜଣ ପର୍ଯ୍ୟବେକ୍ଷକଙ୍କ ସ‌ହିତ ଆଲୋଚନା କରିବେ। କୁହାଯାଉଛି, ଦଳରେ ୩ରୁ ୫ବର୍ଷ ଉର୍ଦ୍ଧ୍ବ ସମୟ କାର୍ଯ୍ୟ କରିଥିବା ନେତାଙ୍କୁ ଜିଲା ସଭାପତି କରିବାକୁ ଅଗ୍ରାଧିକାର ଦିଆଯିବ। ୩ବର୍ଷରୁ କମ୍ ଦଳ ପାଇଁ କାର୍ଯ୍ୟ କରିଥିବା, ଅନ୍ୟ ଦଳରୁ ଆସିଥିବା ନେତା ଏବଂ ଦଳରେ ସକ୍ରିୟ ନଥିବା ନେତାକୁ ଗୁରୁତ୍ୱ ଦିଆଯିବ ନାହିଁ ।

- Advertisement -

ଯେଉଁ ନେତା ନିର୍ବାଚନ ନଲଢ଼ି ସଙ୍ଗଠନ ସଜାଡ଼ିବା ଉପରେ ଆଗ୍ରହୀ ସେହିଭଳି ଯୁବ ନେତାଙ୍କୁ ଜିଲା ସଭାପତି କରିବାକୁ ଗୁରୁତ୍ବ ଦିଆଯିବ। ପର୍ଯ୍ୟବେକ୍ଷକ ୬ଟି ନାମ ଏଆଇସିସିକୁ ସୁପାରିସ କରିବେ । ସେଥ୍ରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ମହିଳା, ପଛୁଆବର୍ଗ ଏବଂ ସାଧାରଣ ବର୍ଗରୁ ଜଣେ ଲେଖାଏଁ ପ୍ରାର୍ଥୀଙ୍କ ନାମ ତାଲିକାରେ ରହିବ। ଏଥରୁ ଏଆଇସିସି ଜଣକୁ ଜିଲା ସଭାପତି ବାଛିବ। ପରବର୍ତ୍ତୀକାଳରେ ନବନିଯୁକ୍ତ ଜିଲା ସଭାପତିଙ୍କୁ ଦିଲ୍ଲୀ ନେଇ ତାଲିମ ଦେବା ବ୍ୟବସ୍ଥା କରିଛି ଏଆଇସିସି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories