www.samajalive.in
Sunday, December 14, 2025
26.1 C
Bhubaneswar

କଟକ ଜିଲ୍ଲାପାଳଙ୍କ ନୂତନ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

କଟକ : ବିଡାନାସୀ ମୌଜାଠାରେ ଆଜି ମୁଖ୍ୟମନ୍ତ୍ରୀଙ୍କ କରକମଳରେ କଟକ ଜିଲ୍ଲାପାଳଙ୍କ ନୂତନ କାର୍ଯ୍ୟାଳୟ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ପ୍ରସ୍ତାବିତ ଜିଲ୍ଲାପାଳଙ୍କ ନୂତନ କାର୍ଯ୍ୟାଳୟ ୫ ମହଲା ବିଶିଷ୍ଟ ହେବ । ଏଥିପାଇଁ ମୋଟ ବ୍ୟୟ ଅଟକଳ ୯୪ କୋଟି ୪୬ ଲକ୍ଷ ୪୪ ହଜାର ଟଙ୍କା ରଖାଯାଇଛି । ଦୁଇ ବର୍ଷ ୬ ମାସ ମଧ୍ୟରେ ନୂତନ କାର୍ଯ୍ୟାଳୟର କାର୍ଯ୍ୟ ଶେଷ ହେବାକୁ ସମୟସୀମା ଧାର୍ଯ୍ୟ କରାଯାଇଛି ।  ସମୁଦାୟ ୫ ଏକର ୭୦ ଡିସିମିଲ ଜମି ଉପରେ ନିର୍ମାଣ ହେବାକୁ ଥିବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମନ୍ୱିତ କୋଠାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ କଟକ ସଦର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ରହିବ ।

ପରବର୍ତୀ ପର୍ଯ୍ୟାୟରେ ଏଠାରେ  ତହସିଲ କାର୍ଯ୍ୟାଳୟ, ଉପନିବନ୍ଧକଙ୍କ କାର୍ଯ୍ୟାଳୟ,  ରାଜସ୍ୱ ପର୍ଷଦ ଓ କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତଙ୍କ କାର୍ଯ୍ୟାଳୟ ମଧ୍ୟ ନିର୍ମାଣ କରାଯିବ । ଏଠାରେ ବିଭିନ୍ନ ବିଭାଗ, ଲାଇବ୍ରେରୀ, କନଫରନେସ ହଲ, କାଫେଟେରିଆ, ୨୦୦ ଲୋକ ବସିପାରିବା ଭଳି ଅଡିଟୋରିଅମ ରଖାଯିବାର ବ୍ୟବସ୍ଥା କରାଯାଇଛି । ସମସ୍ତ ଅତ୍ୟାଧୁନିକ ଭିତିଭୂମୀ ସହ ଏହି ନୂତନ କାର୍ଯ୍ୟାଳୟ ନିର୍ମାଣ କରାଯିବ । ଏଠାରେ ପାର୍କିଂ ପାଇଁ ପର୍ଯ୍ୟାପ୍ତ ସ୍ଥାନ ସହ ଚତୁଃପାଶ୍ୱର୍ରେ ବିଭିନ୍ନ ବୃକ୍ଷରୋପଣ କରାଯାଇ ପରିବେଶ ଅନୁକୂଳ ଭିତିଭୂମୀ ସୁନିଶ୍ଚିତ କରାଯିବ । ଏହି ପ୍ରକଳ୍ପ ଶେଷ ହେବା ଦ୍ୱାରା ଜନସାଧାରଣ ଗୋଟିଏ ସ୍ଥାନରେ ସମସ୍ତ ସରକାରୀ ସେବା ପାଇପାରିବେ । କଟକ ଜିଲ୍ଲାପାଳଙ୍କ ନୂତନ କାର୍ଯ୍ୟାଳୟ ଲୋକଙ୍କ ସେବା ପାଇଁ ସମର୍ପିତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

- Advertisement -

କାର୍ଯ୍ୟକ୍ରମରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ, କଟକ ସାଂସଦ ଭର୍ତ୍ତୃହରି ମହତାବ, ଚୌଦ୍ବାର ବିଧାୟକ ସୌଭିକ ବିଶ୍ବଳ, ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ବାରବାଟୀ ବିଧାୟିକା ସୋଫିଆ ଫିରଦୋସ, କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ,  ମାହାଙ୍ଗା ବିଧାୟକ ସାରଦା ପ୍ରସାଦ ପ୍ରଧାନ, ବଡ଼ମ୍ବା ବିଧାୟକ ବିଜୟ କୁମାର ଦଳବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories