ମାଲକାନଗରି : ବିବାହ ଭୋଜିରୁ ଗୋଷ୍ଠୀ ସଂଘର୍ଷ ହୋଇଛି। ଏପରି ଏକ ଦୃଶ୍ୟ ମାଲକାନଗିରି ଜିଲା ସୀମାନ୍ତ ଆନ୍ଧ୍ରପ୍ରଦେଶର ଗୋଟଗୁଡାମ ଉପୁସକା ଗ୍ରାମରେ ଦେଖିବାକୁ ମିଳିଛି। ସେଠାରେ ବିବାହ ଭୋଜିରେ ଖାସି ମାଂସ ବଦଳରେ ଚିକେନ ଦେବାରୁ ବିବାଦ ଉପୁଜି ଥିଲା। ବିବାଦ ଆସ୍ତେ ଆସ୍ତେ ଉଗ୍ର ରୂପ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଏଥିରେ ୮ଜଣ ଆହତ ହୋଇଥିବା ଜଣାପଡିଛି। ଗୋଷ୍ଠୀ ସଂଘର୍ଷ ଫଳରେ ବିବାହ ବନ୍ଦ ହୋଇଯାଇଥିଲା। ଏହି ଘଟଣାରେ ଉଭୟ ପକ୍ଷର କିଛି ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖାଯାଇଥିବା ଜଣାପଡିଛି।
Popular Categories



