www.samajalive.in
Friday, December 5, 2025
26.1 C
Bhubaneswar

ଜୈଶ ପୁନଃ ଆକ୍ରମଣ ଯୋଜନା କରୁଥିବାରୁ ନିଆଗଲା ଦୃଢ଼ କାର୍ଯ୍ୟାନୁଷ୍ଠାନ: ବୈଦେଶିକ ସଚିବ

ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣ ପରେ ଭାରତ ଉପରେ ଜୈଶ-ଏ-ମହମ୍ମଦ(ଜେଇଏମ) ଆତଙ୍କବାଦୀ ସଂଗଠନ ପୁଣି ବଡ଼ ଧରଣର ଆତ୍ମଘାତୀ ଆକ୍ରମଣ କରିବାକୁ ଯୋଜନା କରୁଥିଲା। ଏ ନେଇ ଗୁଇନ୍ଦା ସୂଚନା ମିଳିଥିଲା। ତାହାକୁ ଆଧାର କରି ଜୈଶ ଉପରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଭାରତୀୟ ବାୟୁସେନା ପକ୍ଷରୁ ବିମାନ ଆକ୍ରମଣ କରାଯାଇଛି। ଭାରତୀୟ ବୈଦେଶିକ ସଚିବ ବିଜୟ ଗୋଖଲେ ପୂର୍ବାହ୍ନ ସାଢ଼େ ୧୧ଟାରେ ସାମ୍ବାଦିକ ସମ୍ମିଳନୀରେ ପିଓକେରେ ଆକ୍ରମଣ ସମ୍ପର୍କରେ ସୂଚନା ଦେଇ ଏହା କହିଥିଲେ।

ସଚିବ କହିଥିଲେ ଯେ, ମଙ୍ଗଳବାର ଭୋର ସମୟରେ ଭାରତୀୟ ବାୟୁସେନା ପକ୍ଷରୁ ଏହି ବିମାନ ଆକ୍ରମଣ କରାଯାଇଥିଲା। ଏହା ଏକ ବେସାମରିକ ଆକ୍ରମଣ ଥିଲା। ପିଓକେର ବାଲାକୋଟ, ଚାକୋଠି ଏବଂ ମୁଜାଫରବାଦରେ ରହିଥିବା ଜୈଶ ଆତଙ୍କବାଦୀ ଶିବିରଗୁଡ଼ିକୁ ଲକ୍ଷ୍ୟ କରି ବୋମାମାଡ଼ ହୋଇଥିଲା। ଏଥିରେ ବହୁ ଆତଙ୍କୀ ଶିବିର ଧ୍ଵଂସ ହୋଇଛି। ଜୈଶ ସଂଗଠନର ମୁଖ୍ୟ ପ୍ରଶିକ୍ଷଣ ଶିବିର ମଧ୍ୟ ଧ୍ଵସ୍ତବିଧ୍ଵସ୍ତ ହୋଇଛି। ଜୈଶ ମୁଖ୍ୟ ମାସୁଦ ଅଝାରଙ୍କ ଶଳା ୟୁସୁଫ ଆଝାରଙ୍କ ନେତୃତ୍ଵରେ ଏହି ପ୍ରଶିକ୍ଷଣ ଶିବିର ଚାଲୁଥିଲା। ଭାରତରେ ଆକ୍ରମଣ କରିବା ପାଇଁ ଏଠାରେ ଜେହାଦୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଥିଲା। ଆକ୍ରମଣରେ ୟୁସୁଫଙ୍କ ସମେତ କେତେଜଣ ଜୈଶ କମାଣ୍ଡର, ବହୁ ଆତଙ୍କବାଦୀ ଏବଂ ଜେହାଦୀ ନିପାତ ହୋଇଛନ୍ତି। ଏହାବ୍ୟତୀତ ଏହି ଆକ୍ରମଣରେ ମାସୁଦଙ୍କ ପୁତୁରା ନିହତ ହୋଇଥିବା ଜଣାପଡ଼ିଛି।

- Advertisement -

ସେ ଆହୁରି କହିଥିଲେ, ପାକିସ୍ତାନରେ ଆଡ୍ଡା ଜମାଇ ଜୈଶ ସଂଗଠନ ଦୀର୍ଘଦିନ ଧରି ଆତଙ୍କବାଦୀ କାର୍ଯ୍ୟକଳାପ ଜାରି ରଖିଆସୁଛି। ପାକିସ୍ତାନ ଏ ଦିଗରେ କୌଣସି ଦୃଢ଼ ପଦକ୍ଷେପ ନେଉ ନ ଥିଲା। ପୁଲୱାମାରେ ଜୈଶ ଆତଙ୍କବାଦୀ ଆକ୍ରମଣ କରିଥିଲେ। ଏହା ପରେ ମଧ୍ୟ ପାକିସ୍ତାନ ଚୁପ ରହିଥିଲା। ତେଣୁ ଜୈଶ ଆତଙ୍କୀ ଶିବିରଗୁଡ଼ିକୁ ଧ୍ଵଂସ କରିବାକୁ ଆକ୍ରମଣ କରାଯାଇଥିଲା। ଆକ୍ରମଣ ସମୟରେ ସାଧାରଣ ନାଗରିକଙ୍କର ଯେପରି ମୃତ୍ୟୁ ଘଟିବ ନାହିଁ ସେ ଦିଗରେ ବାୟୁସେନା ସଚେତନ ରହିଥିଲା।

ଅନ୍ୟପଟେ ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଭାରତୀୟ ବାୟୁସେନା ପକ୍ଷରୁ ହୋଇଥିବା ଏହି ବିମାନ ଆକ୍ରମଣରେ ଜୈଶ ସଂଗଠନର ୩୦୦ ଆତଙ୍କବାଦୀ ଓ ଜେହାଦୀ ନିପାତ ହୋଇଛନ୍ତି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories