www.samajalive.in
Thursday, December 11, 2025
18.1 C
Bhubaneswar

ମହିଳା ଏସିଆ କପ୍‌ ହକି ପାଇଁ ଭାରତୀୟ ଦଳ ଘୋଷିତ, ସଲିମା ଅଧିନାୟିକା, ଓଡ଼ିଶାରୁ କେବଳ ସୁନେଲିତା

ନୂଆଦିଲ୍ଲୀ: ଚୀନର ହ୍ବାଙ୍ଗ୍‌ଝୌରେ ସେପ୍ଟେମ୍ବର ୫ରୁ ୧୪ ପର୍ଯ୍ୟନ୍ତ ମହିଳା ଏସିଆ କପ୍‌ ହକି-୨୦୨୫ ଖେଳାଯିବ। ଏଥିପାଇଁ ହକି ଇଣ୍ଡିଆ ପକ୍ଷରୁ ଗୁରୁବାର ୨୦ ଜଣିଆ ଭାରତୀୟ ଦଳ ମନୋନୟନ କରାଯାଇଛି। ଅଭିଜ୍ଞ ମିଡ୍‌ଫିଲଡର ସଲିମା ଟେଟେ ଅଧିନାୟିକା ନିଯୁକ୍ତ ହୋଇଛନ୍ତି। ଦଳରେ ଦୁଇଜଣ ଗୋଲ୍‌ରକ୍ଷକ ବଂଶାରି ସୋଲାଙ୍କି ଓ ବିଛୁ ଦେବୀ ଖାରିବାମ୍‌ଙ୍କୁ ସ୍ଥାନ ମିଳିଛି। ଡିଫେଣ୍ଡର ଭାବେ ମନୀଷା ଚୌହ୍ବାନ, ଉଦିତା, ଜ୍ୟୋତି, ସୁମନ ଦେବୀ ଥୋଡାମ, ନିକ୍କି ପ୍ରଧାନ, ଇସିକା ଚୌଧୁରୀ ପ୍ରମୁଖ ରହିଛନ୍ତି। ମିଡ୍‌ଫିଲଡରରେ ନେହା, ବୈଷ୍ଣବୀ ଭିତିଲ ପାଖଲେ, ସଲିମା ଟେଟେ, ଶର୍ମିଳା ଦେବୀ, ଲାଲରିମସିଆମି, ସୁନେଲିତା ଟପ୍ପୋ ରହିଛନ୍ତି। ନବନୀତ କୌର, ଋତୁଜା ଦାଦାସୋ ପିସାଲେ, ବିୟୁଟି ଡୁଙ୍ଗଡୁଙ୍ଗ, ମୁମତାଜ ଖାଁ, ଦୀପିକା ଓ ସଙ୍ଗୀତା କୁମାରୀ ଫରୱାର୍ଡ ଦାୟିତ୍ବ ତୁଲାଇବେ। ଦଳରେ ଏକମାତ୍ର ଓଡ଼ିଆ ଖେଳାଳି ଭାବେ ସୁନେଲିତା ଟପ୍ପୋ ସ୍ଥାନ ପାଇଛନ୍ତି।
ଭାରତୀୟ ମହିଳା ହକି ଦଳର ମୁଖ୍ୟ ପ୍ରଶିକ୍ଷକ ହରେନ୍ଦ୍ର ସିଂହ କହିଛନ୍ତି, ଦଳ ସନ୍ତୁଳିତ ରହିଛି। ଆମେ ଏକ ଶକ୍ତିଶାଳୀ ଗ୍ରୁପରେ ରହିଛୁ। ଏସିଆ କପରୁ ଆମକୁ ୨୦୨୬ ଏଫଆଇଏଚ୍‌ ମହିଳା ହକି ବିଶ୍ବକପ ଯୋଗ୍ୟତା ହାସଲ କରିବାକୁ ପଡ଼ିବ। ଏଭଳି ଲକ୍ଷ୍ୟ ନେଇ ଆମେ ପ୍ରସ୍ତୁତି କରିଛୁ। ଦଳରେ ଅଭିଜ୍ଞ ଓ ଯୁବ ଖେଳାଳି ରହିଛନ୍ତି। ଭଲ ପ୍ରଦର୍ଶନ ନେଇ ଆମେ ଆଶାବାଦୀ। ପ୍ରତିଯୋଗିତାରେ ପ୍ରତ୍ୟେକ ଦଳ ଶକ୍ତିଶାଳୀ। କେଉଁ ଦଳକୁ ଆମେ ହାଲ୍‌କା ଭାବେ ନେଉ ନାହିଁ ବୋଲି ହରେନ୍ଦ୍ର କହିଛନ୍ତି। ପ୍ରତିଯୋଗିତାରେ ୮ଟି ଦଳ ଅଂଶଗ୍ରହଣ କରିବେ। ଦଳଗୁଡ଼ିକୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯାଇଛି। ଗ୍ରୁପ୍‌ ‘ଏ’ରେ ଚୀନ, ଦକ୍ଷିଣ କୋରିଆ, ମାଲେସିଆ ଓ ଚାଇନିଜ ତାଇପେ ରହିଥିବା ବେଳେ ଗ୍ରୁପ୍‌ ‘ବି’ରେ ଭାରତ, ଜାପାନ, ଥାଇଲାଣ୍ଡ ଓ ସିଙ୍ଗାପୁର ରହିଛନ୍ତି। ଭାରତ ୫ରେ ଥାଇଲାଣ୍ଡ, ୬ରେ ଜାପାନ ଓ ୮ରେ ସିଙ୍ଗାପୁର ବିପକ୍ଷରେ ମ୍ୟାଚ ଖେଳିବ।
ଭାରତୀୟ ମହିଳା ହକି ଦଳ: ବଂଶାରି ସୋଲାଙ୍କି ଓ ବିଛୁ ଦେବୀ ଖାରିବାମ୍‌ (ଗୋଲ୍‌ରକ୍ଷକ), ମନୀଷା ଚୌହ୍ବାନ, ଉଦିତା, ଜ୍ୟୋତି, ସୁମନ ଦେବୀ ଥୋଡାମ, ନିକି ପ୍ରଧାନ, ଇସିକା ଚୌଧୁରୀ (ସମସ୍ତେ ଡିଫେଣ୍ଡର), ନେହା, ବୈଷ୍ଣବୀ ଭିତିଲ ପାଖଲେ, ସଲିମା ଟେଟେ, ଶର୍ମିଳା ଦେବୀ, ଲାଲ୍‌ରେମ୍‌ସିଆମି, ସୁନେଲିତା ଟପ୍ପୋ (ସମସ୍ତେ ମିଡ୍‌ଫିଲଡର), ନବନୀତ କୌର, ଋତୁଜା ଦାଦାସୋ ପିସାଲେ, ବିୟୁଟି ଡୁଙ୍ଗ୍‌ଡୁଙ୍ଗ୍‌, ମୁମତାଜ ଖାଁ, ଦୀପିକା ଓ ସଙ୍ଗୀତା କୁମାରୀ।

ବୁଲା କୁକୁର ମାମଲା ; ଆସିଲା ‘ସୁପ୍ରିମ’ଙ୍କ ବଡ ରାୟ

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories