www.samajalive.in
Sunday, December 7, 2025
15.1 C
Bhubaneswar

ମହାଶିବରାତ୍ରିରେ ଏହି ଦ୍ରବ୍ୟ ଅର୍ପଣ କରି ପାଆନ୍ତୁ ପ୍ରଭୁଙ୍କ ଆଶୀର୍ବାଦ

ମହାଶିବରାତ୍ରୀ ହିନ୍ଦୁମାନଙ୍କର ଏକ ଶୁଭ ଓ ଗୁରୁତ୍ୱପୂର୍ଣ୍ଣ ପର୍ବ ଅଟେ। ପ୍ରଭୁ ଭୋଳାନାଥଙ୍କୁ ପ୍ରସନ୍ନ କରିବା ପାଇଁ ଏହି ଦିନରେ ଭକ୍ତମାନେ ଖୁବ ଧୁମଧାମରେ ଏହି ପର୍ବକୁ ପାଳନ କରିଥାଆନ୍ତି। କୁହାଯାଇଥାଏ, ଏହି ଦିନରେ ଭଗବାନ ଶିବଙ୍କୁ ଶ୍ରଦ୍ଧା ଓ ଭକ୍ତିଭାବର ସହ ପୂଜା କଲେ ବହୁ ଶୁଭଫଳ ମିଳିବା ସହ ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ। ଜାଣନ୍ତୁ ପୂଜାରେ କେଉଁ କେଉଁ ଦ୍ରବ୍ୟ ବ୍ୟବହାର କରିବା ଉଚିତ….
କ୍ଷୀର – ପ୍ରଭୁ ଭୋଳାଶଙ୍କରଙ୍କୁ କ୍ଷୀରରେ ଅଭିଷେକ କରିବା ଦ୍ୱାରା ଖୁବ ପୁଣ୍ୟ ଫଳ ପ୍ରାପ୍ତି ହୋଇଥାଏ। କ୍ଷୀର ଅର୍ପଣ କରିବା ଦ୍ୱାରା ବ୍ୟକ୍ତି ସର୍ବଦା ସୁସ୍ଥ ଓ ରୋଗମୁକ୍ତ ରହିଥାଏ। ବିଷ୍ଣୁ ପୁରାଣ ଅନୁଯାୟୀ, ସମୁଦ୍ର ମନ୍ଥନ ସମୟରେ ଭଗବାନ ଶିବ ବିଷ ପାନ କରିଥିବା କଣ୍ଠ ଓ ଶରୀର ନୀଳବର୍ଣ୍ଣ ପଡ଼ିଯାଇଥିଲା। ସେହି ସମୟରେ ସମସ୍ତ ଦେବାଦେବୀ ମାନେ ତାଙ୍କର କ୍ଷୀରରେ ଅଭିଷେକ କରିଥିଲେ। ଫଳରେ ତାଙ୍କର ଶରୀର ନୀଳବର୍ଣ୍ଣ ହୋଇ ରହିଲା ନାହିଁ। ସେହି ଦିନ ଠାରୁ ଭଗବାନ ଶିବଙ୍କୁ କ୍ଷୀର ଖୁବ ପ୍ରିୟ ବୋଲି ଶାସ୍ତ୍ରରେ କୁହାଯାଇଛି।
ଜଳ – ଆପଣ ଯଦି ‘ଓଁ ନମଃ ଶିବାୟ’ ମନ୍ତ୍ର ଜପ କରି ଜଳ ଅର୍ପଣ କରିବେ ତେବେ ଆପଣଙ୍କ ମନ ସର୍ବଦା ଶାନ୍ତ ରହିବା ସହ ମନରେ କରୁଣା ଭାବ ଜାଗ୍ରତ ହେବ।
ଚିନି – ମହାଶିବ ରାତ୍ରିରେ ଭଗବାନ ଶିବଙ୍କ ନିକଟରେ ଚିନି ଅର୍ପଣ କରନ୍ତୁ। ଏପରି କରିବା ଦ୍ୱାରା ଘରେ ସର୍ବଦା ଶାନ୍ତିର ଓ ବୈଭବର ରହିଥାଏ।
କେଶର – ଲାଲ ରଙ୍ଗର କେଶର ଭଗବାନ ଶିବଙ୍କୁ ଅର୍ପଣ କରିବା ଦ୍ୱାରା ମାଙ୍ଗଳିକ ଦୋଷ ଦୂର ହୋଇଥାଏ। କର୍ମକ୍ଷେତ୍ରରେ ମଧ୍ୟ ଶୁଭଫଳ ପ୍ରାପ୍ତି ହୋଇଥାଏ।
ଦହି – ପ୍ରଭୁ ଭୋଳାଶଙ୍କରଙ୍କୁ ଦହି ଅର୍ପଣ କରିବା ଦ୍ୱାରା ଜୀବନରେ ଥିବା ସମସ୍ତ ବାଧାବିଘ୍ନ ଦୂର ହୋଇଥାଏ।
ଘିଅ – ପ୍ରଭୁଙ୍କୁ ଘିଅ ଅର୍ପଣ କରିବା ଦ୍ୱାରା ଶରୀର ସୁସ୍ଥ ରହିବା ସହ ସନ୍ତାନ ପ୍ରାପ୍ତି ହୋଇଥାଏ।
ଚନ୍ଦନ – ପ୍ରଭୁଙ୍କୁ ଚନ୍ଦନ ଅର୍ପଣ କରିବା ଦ୍ୱାରା ମାନସମ୍ମାନ ଆଦି ପ୍ରାପ୍ତି ହୋଇଥାଏ। ଧନସମ୍ପତ୍ତି ପ୍ରାପ୍ତି ହୋଇଥାଏ।
ମହୁ – ପ୍ରଭୁଙ୍କ ମହୁ ଅର୍ପଣ କରିବା ଦ୍ୱାରା ମନରେ ଦୟାଭାବ ଜାଗ୍ରତ ହେବା, ମଧୁର ବଚନ ଓ ଜୀବନରେ ସଫଳତା ମିଳିଥାଏ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories