www.samajalive.in
Thursday, December 11, 2025
18.1 C
Bhubaneswar

ଇସ୍ରାଏଲର ଗାଜା ବିଜୟ ଅଭିଯାନ

ତେଲଆଭିଭ୍‌: ପାଲେଷ୍ଟାଇନର ଗାଜା ସହରକୁ ଦଖଲ କରିବା ଲାଗି ଇସ୍ରାଏଲ ଅଭିଯାନ ଆରମ୍ଭ କରିଛି। ଇସ୍ରାଏଲର ଗାଜା ବିଜୟ ଅଭିଯାନକୁ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟ୍‌ଜ ଅନୁମୋଦନ କରିଛନ୍ତି। ଅଭିଯାନକୁ କାର୍ଯ୍ୟକାରୀ କରିବା ଲାଗି ଦେଶର ୬୦ହଜାର ସଂରକ୍ଷିତ (ରିଜର୍ଭ) ସୈନିକଙ୍କୁ ଡକାଯାଇଛି। ଇସ୍ରାଏଲ ଓ ହମାସ ଯୁଦ୍ଧର ଅସ୍ତ୍ରବିରତି ନିମନ୍ତେ କଥାବାର୍ତ୍ତା ଚାଲିଥିବାବେଳେ ଇସ୍ରାଏଲ ଏହି ବିଜୟ ଅଭିଯାନ ଆରମ୍ଭ କରିଛି। ବିଜୟ ଅଭିଯାନ ଆରମ୍ଭ କରିବାର କାରଣ ହେଉଛି ଅସ୍ତ୍ରବିରତି ନିମନ୍ତେ ହମାସ ସଂଗଠନ ଉପରେ ଚାପ ପକାଇବା। ଇସ୍ରାଏଲ ଓ ହମାସ ଯୁଦ୍ଧରେ କାତାରା ମଧ୍ୟସ୍ଥତା କରୁଛି। ଅସ୍ତ୍ରବିରତି ପାଇଁ ଇସ୍ରାଏଲ ଏହାର ସମସ୍ତ ପଣବନ୍ଦୀଙ୍କ ମୁକ୍ତି ପାଇଁ ଦାବି କରିଛି। ଅନ୍ୟପଟେ ହମାସ କହିଛି ଯେ ଅସ୍ତ୍ରବିରତି ସମୟରେ ଇସ୍ରାଏଲ ଦ୍ବାରା ବନ୍ଦୀଥିବା ପାଲେଷ୍ଟାଇନ ନାଗରିକଙ୍କୁ ମୁକ୍ତ କରାଯିବ। ଏହା ସହିତ ଗାଜାରେ ମାନବିକ ସହାୟତାକୁ ଇସ୍ରାଏଲ ଅନୁମତି ଦେବ।
ଗାଜା ସହରକୁ ଦଖଲ କରିବା ଲାଗି ଇସ୍ରାଏଲ ଗତ ସପ୍ତାହଠାରୁ ଯୋଜନା କରିଥିବା ଜଣାଯାଇଛି। କାରଣ ଗାଜାବାସୀଙ୍କୁ ଦକ୍ଷିଣ ଗାଜାକୁ ସ୍ଥାନାନ୍ତର ଲାଗି ଇସ୍ରାଏଲ ସୈନ୍ୟ ନିର୍ଦେଶ ଦେଇଥିଲେ। ତେବେ ଇସ୍ରାଏଲର ଏପରି ଯୋଜନାକୁ ଇଜିପ୍ଟ ନାପସନ୍ଦ କରିଛି। ଇଜିପ୍ଟ କହିଛି ଯେ ଇସ୍ରାଏଲର ଏପରି ପଦକ୍ଷେପ ଅନ୍ୟାୟ। ୨୦୨୩ ଅକ୍ଟୋବର ୭ରୁ ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଏହି ଯୁଦ୍ଧରେ ଗାଜାରେ ୬୧,୯୪୪ଜଣ ପାଲେଷ୍ଟାଇନ ନାଗରିକଙ୍କର ମୃତ୍ୟୁ ହେଲାଣି। ଏହା ସହିତ ୧,୫୫,୮୮୬ଜଣ ଆହତ ହେଲେଣି ବୋଲି ଗାଜା ସ୍ବାସ୍ଥ୍ୟ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ। ଯୁଦ୍ଧଜନିତ ଦୁର୍ଭିକ୍ଷ, ଅନାହାର ଯୋଗୁଁ ୧୧୦ଜଣ ଶିଶୁଙ୍କ ସମେତ ୨୫୮ଜଣଙ୍କର ମୃତ୍ୟୁ ହେଲାଣି।

ଏଥର ଗଣେଶ ପୂଜାରେ ଦୁର୍ଲ୍ଲଭ ଯୋଗ ; ଏହି ୫ ରାଶିଙ୍କ ଉପରେ ହେବ ଧନ ବର୍ଷା, ମିଳିବ ବଡ ଖୁସି..

Hot this week

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

Related Articles

Popular Categories