www.samajalive.in
Thursday, December 11, 2025
18.1 C
Bhubaneswar

ମିଥ୍ୟା ବିଜ୍ଞାପନ ପାଇଁ ରାପିଡୋ ଉପରେ ୧୦ଲକ୍ଷ ଜୋରିମାନା

ନୂଆଦିଲ୍ଲୀ: କେନ୍ଦ୍ରୀୟ ଖାଉଟି ସୁରକ୍ଷା କର୍ତ୍ତୃପକ୍ଷ (ସିସିପିଏ) ଯାତ୍ରା ସୁବିଧା ପ୍ରଦାନକାରୀ କମ୍ପାନୀ ରାପିଡୋ ଉପରେ ୧୦ଲକ୍ଷ ଟଙ୍କା ଜୋରିମାନା ଦଣ୍ଡାଦେଶ କରିଛନ୍ତି। ମିଥ୍ୟା ବିଜ୍ଞାପନ ପ୍ରସାରଣ ପାଇଁ ଏହି ଦଣ୍ଡାଦେଶ କରାଯାଇଛି। ନିଜର ବିଜ୍ଞାପନରେ କମ୍ପାନୀ ଉନ୍ନତ ସେବା ସହିତ କ୍ୟାସବ୍ୟାକ୍ ସୁବିଧା ପ୍ରଦାନ ଲାଗି ପ୍ରତିଶ୍ରୁତି ଦେଇଥିବାବେଳେ ଏହାକୁ ପୂରଣ କରିବାରେ ବିଫଳ ହୋଇଥିଲା। ଜୋରିମାନା ଦଣ୍ଡାଦେଶ ସହିତ ଯେଉଁ ଗ୍ରାହକମାନେ ମିଥ୍ୟା ବିଜ୍ଞାପନ ଦ୍ବାରା ପ୍ରଭାବିତ ହୋଇଛନ୍ତି ସେମାନଙ୍କୁ ପ୍ରତିଶ୍ରୁତି ମୁତାବକ ଅର୍ଥ ଫେରାଇବା ଲାଗି ନିର୍ଦେଶ ଦିଆଯାଇଛି। ରାପିଡୋ ଏହାର ବିଜ୍ଞାପନରେ ୫ମିନିଟ୍‌ରେ ଅଟୋ ସୁବିଧା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲା। ଏଥିରେ ବିଫଳ ହେଲେ ୫୦ଟଙ୍କାର କ୍ୟାସବ୍ୟାକ୍ ସୁବିଧା ମିଳିବ ବୋଲି କୁହାଯାଇଥିଲା। ମାତ୍ର କମ୍ପାନୀ ଏହି ସୁବିଧା ଦେବାରେ ବିଫଳ ହୋଇଥିଲା। କମ୍ପାନୀ ଦୀର୍ଘ ୫୪୮ଦିନ ଧରି ଦେଶର ୧୨୦ଟି ସହରରେ ଏହାର ବିଜ୍ଞାପନ ପ୍ରସାରଣ କରିଥିଲା। ବିଜ୍ଞାପନ ମୁତାବକ ସେବା ଯୋଗାଇବାରେ କମ୍ପାନୀର ବିଫଳତା ନେଇ ପ୍ରାୟ ୧୨୦୦ ଗ୍ରାହକଙ୍କ ପକ୍ଷରୁ ଅଭିଯୋଗ ଆସିଥିଲା। ୨୦୨୪ ଜୁନ୍‌ରୁ ୨୦୨୫ ଜୁଲାଇ ମଧ୍ୟରେ ଏହିସବୁ ଅଭିଯୋଗ ଆସିଥିଲା। ଅଭିଯୋଗ ମଧ୍ୟରେ ଗ୍ରାହକଙ୍କ ଠାରୁ ଅଧିକ ଅର୍ଥ ଦାବି କରିବା, ଚାଳକଙ୍କ ଦୁର୍ବ୍ୟବହାର, କ୍ୟାସବ୍ୟାକ ସୁବିଧା ଦେବାରେ ବିଫଳତା ଆଦି ରହିଥିଲା। ଅଭିଯୋଗ ଆଧାରରେ ସିସିପିଏ ଏହାର ତଦନ୍ତ କରିଥିଲା। ତଦନ୍ତରୁ ଜଣାପଡିଥିଲା ଯେ କମ୍ପାନୀ ସୁପରିକଳ୍ପିତ ଭାବେ ଏପରି ଠକେଇ କରିଥିଲା।

ଏଥର ଗଣେଶ ପୂଜାରେ ଦୁର୍ଲ୍ଲଭ ଯୋଗ ; ଏହି ୫ ରାଶିଙ୍କ ଉପରେ ହେବ ଧନ ବର୍ଷା, ମିଳିବ ବଡ ଖୁସି..

- Advertisement -

 

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories