www.samajalive.in
Friday, December 5, 2025
26.1 C
Bhubaneswar

ବଞ୍ଚି ଥାଉଥାଉ ୩୬ ସୁଭଦ୍ରା ହିତାଧିକାରୀଙ୍କୁ ମାରିଦେଲେ

ପାଣିକୋଇଲି: ଯାଜପୁର ଜିଲାରେ ୩୬ ସୁଭଦ୍ରା ହିତାଧିକାରୀଙ୍କୁ ବଞ୍ଚି ଥାଉ ଥାଉ ସରକାରୀ ବାବୁମାନେ ମାରି ଦେଇଥିବା ଚର୍ଚ୍ଚା ହେଉଛି। ରାଖି ପୂର୍ଣ୍ଣିମାରେ ରାଜ୍ୟର ୧ କୋଟି ମହିଳାଙ୍କୁ ସୁଭଦ୍ରା ଯୋଜନା ତୃତୀୟ କିସ୍ତି ଟଙ୍କା ମିଳିଛି। କୋରେଇ ବ୍ଲକ୍‌ର ୩୪ ହଜାର ମହିଳା ଏହି କିସ୍ତି ପାଇଛନ୍ତି। କେତେଜଣ ହିତାଧିକାରୀଙ୍କ ନାଁ ତୃତୀୟ କିସ୍ତି ବେଳକୁ ତାଲିକାରୁ କଟିଯାଇଛି। ବ୍ଲକ୍‌ରେ ମୋଟ ୩୫, ୮୨୩ ଜଣଙ୍କୁ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଏବଂ ଦ୍ବିତୀୟ କିସ୍ତି ୩୪, ୭୮୩ ଜଣଙ୍କୁ ମିଳିଥିଲା। ବିଭିନ୍ନ କାରଣରୁ ୧୭୨୦ ଜଣଙ୍କ ନାଁ ଯାଞ୍ଚ ବେଳେ କଟିଥିଲା। ୨୧ଜଣ ମହିଳା ନିଜ ଇଚ୍ଛାରେ ଯୋଜନାରୁ ଓହରି ଯାଇଥିଲେ। ଚଳିତ ଅଗଷ୍ଟ ୯ ତାରିଖରେ ପୂର୍ବରୁ ଦୁଇଟି କିସ୍ତି ପାଇଥିବା ସମସ୍ତ ହିତାଧିକାରୀଙ୍କ ଆକାଉଣ୍ଟକୁ ତୃତୀୟ କିସ୍ତି ଟଙ୍କା ଆସିଥିବାବେଳେ ୪୧ ଜଣଙ୍କ ପାଖକୁ ଆସି ନଥିଲା। ଏହି ମହିଳାମାନେ ସୁଭଦ୍ରା ପୋର୍ଟାଲ ଯାଞ୍ଚ କରିବାପରେ ସେମାନଙ୍କୁ ମୃତ ଦର୍ଶାଯାଇଥିବା ଦେଖିଥିଲେ। ଏମାନଙ୍କ ମଧ୍ୟରୁ ୯ଜଣ ବ୍ୟାସନଗର ପୌରାଞ୍ଚଳର ହୋଇଥିବା ବେଳେ ୩୨ଜଣ କୋରେଇ ବ୍ଲକ୍‌ ଅଞ୍ଚଳର।

ଘଟଣାକୁ ନେଇ ହିତାଧିକାରୀମାନେ ବ୍ଲକ ମହିଳା ଶିଶୁ ସମନ୍ବିତ ବିଭାଗରେ ଅଭିଯୋଗ କରିବା ପରେ ବିଭାଗ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଥିଲା। ତଦନ୍ତ ପରେ କୋରେଇ ବ୍ଲକ୍‌ର ୩ ଏବଂ ବ୍ୟାସନଗର ପୌରାଞ୍ଚଳର ୨ ହିତାଧିକାରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା। ବ୍ଲକ୍‌ର ମୃତ ହିତାଧିକାରୀ ହେଲେ ପଥରପଦା ପଞ୍ଚାୟତର ରଙ୍ଗେଇ ମୁଣ୍ତା, ମୂଳାପାଳ ପଞ୍ଚାୟତର ଆରତୀ ପାଲ୍‌ ଓ ତାରାକୋଟ ପଞ୍ଚାୟତର ଶାନ୍ତି ମଳିକ। ବାକି ୩୬ ଜଣ ବଞ୍ଚିଥିଲେ ମଧ୍ୟ ସେମାନଙ୍କୁ ପୋର୍ଟାଲରେ ମୃତ ଦର୍ଶାଯାଇଛି ବୋଲି ସିଡିପିଓ ଶାନ୍ତିଲତା ବେଶ୍ରା କହିଛନ୍ତି। ଅଭିଯୋଗ ପରେ ତଦନ୍ତ କରାଯାଇ ବାଦ୍ ପଡ଼ିଥିବା ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ତ୍ରୁଟି ହୋଇଛି। ତୃତୀୟ କିସ୍ତିରୁ ବଞ୍ଚିତ ସମସ୍ତ ହିତାଧିକାରୀଙ୍କୁ ଖୁବ୍‍ଶୀଘ୍ର ଟଙ୍କା ମିଳିବ। ଅନ୍ୟପଟେ ଏଭଳି ତ୍ରୁଟି କାହା ଦ୍ବାରା ଏବଂ କାହିଁକି ହେଲା ତା’ର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ବାଦ୍ ପଡ଼ିଥିବା ହିତାଧିକାରୀ ଦାବି କରିଛନ୍ତି।

Hot this week

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

Related Articles

Popular Categories