www.samajalive.in
Sunday, December 14, 2025
16.1 C
Bhubaneswar

ନିଷ୍ଟ୍ ବିଶ୍ବବିଦ୍ୟାଳୟରେ ଆଣ୍ଟି-ରାଗିଂ ସପ୍ତାହ ପାଳିତ

ଗୋପାଳପୁର:ନିଷ୍ଟ୍ ବିଶ୍ୱବିଦ୍ୟାଳୟରେ ରାଗିଂ ବିରୋଧୀ ସପ୍ତାହ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୋଳନ୍ଥରା ଆଇଆଇସି ତଥା ଡିଏସପି ବିବେକାନନ୍ଦ ସ୍ୱାଇଁ ଉପସ୍ଥିତ ଥିଲେ ଯାହାଙ୍କ ପ୍ରେରଣାଦାୟୀ ବାକ୍ୟ ଛାତ୍ରଛାତ୍ରୀମାନଙ୍କୁ ଏକ ସୁରକ୍ଷିତ, ସମାବେଶୀ ଏବଂ ରାଗିଂମୁକ୍ତ କ୍ୟାମ୍ପସ ସଂସ୍କୃତି ଗଠନ ପାଇଁ ଉତ୍ସାହିତ କରିଥିଲା। ଏହି ଅବସରରେ ନିଷ୍ଟ କୁଳପତି ଡ଼. ପ୍ରିୟଦର୍ଶନ ପାତ୍ର, ଏକାଡେମିକ୍ ଡିନ୍ ଡ଼. ପି. ରାଜେଶ କୁମାର, ଭାରପ୍ରାପ୍ତ କୁଳସଚିବ ଡ. ବିଷ୍ଣୁକର ନାୟକ ରାଗିଂମୁକ୍ତ କ୍ୟାମ୍ପସ ବିଷୟରେ ଆଲୋକପାତ କରିଥିଲେ। ଆସୋସିଏଟ୍ ଡିନ୍ ଛାତ୍ର ବ୍ୟାପାର ଡ. ପ୍ରୀତିରଞ୍ଜନ ସାହୁ, ପ୍ରଥମ ବର୍ଷ ବ୍ୟାଚର ସଂଯୋଜକ ପ୍ରଫେସର ଆଶିଷ କୁମାର ଦାସ, ସାକ ସଂଯୋଜକ  ପ୍ର. ସରୋଜ କୁମାର ପାଢ଼ୀ ଏବଂ ଆଣ୍ଟି-ରାଗିଂ କମିଟି ମୁଖ୍ୟ ପ୍ର. ପୂର୍ଣ୍ଣେନ୍ଦୁ ମିଶ୍ର, ଡ. ସସ୍ମିତା ପାଢ଼ୀ, ଡ଼. ରତିକାନ୍ତ ନାୟକ, ଡ଼. ପ୍ରଶାନ୍ତ କୁମାର ବେହେରା, ସୁରେଶ ମହାପାତ୍ର, ପିତାମ୍ବର ସାହୁ ପ୍ରମୁଖ ପରିଚାଳନା କରିଥିଲେ। ଏଡିକ୍ଲବ୍ ଦ୍ୱାରା ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

 

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories