ଫୁଲବାଣୀ : ଦିବ୍ୟାଙ୍ଗମାନଙ୍କୁ ତିନି ଚକିଆ ଅଟୋରିକ୍ସା ଓ ସ୍କୁଟର ଯୋଗାଇ ଦେବା ପାଇଁ ବାଲିଗୁଡା ଉପଖଣ୍ଡ ଭତ୍ତା ହିତାଧିକାରୀ ସୁରକ୍ଷା ମଞ୍ଚ ତରଫରୁ ଦାବି କରାଯାଇଛି। ଦିବ୍ୟାଙ୍ଗମାନଙ୍କ ପାଇଁ ଯିବା ଆସିବାରେ ଅସୁବିଧା ହେଉଥିବାରୁ ସାମାଜିକ ସୁରକ୍ଷା ବିଭାଗ ଦ୍ବାରା ଏହି ଗାଡି ଯୋଗାଇ ଦିଆଯାଉଛି। କିନ୍ତୁ ବାଲିଗୁଡା ଅଞ୍ଚଳର କିଛି ଦିବ୍ୟାଙ୍ଗ ଏହି ସବୁ ସୁବିଧାରୁ ବଞ୍ଚିତ ହୋଇଛନ୍ତି । ତେଣୁ ସେମାନଙ୍କୁ ଏହି ସୁବିଧା ଯୋଗାଇ ଦେବା ପାଇଁ ଜିଲାପାଳଙ୍କୁ ନିବେଦନ କରାଯାଇଛି। ସଭାପତି ପରମାନନ୍ଦ ନାୟକ, ଉପଦେଷ୍ଟା ଅଶୋକ ମଲିକଙ୍କ ନେତୃତ୍ୱରେ ବାଲିଗୁଡ଼ା ଏନଏସିର ଦିବ୍ୟାଙ୍ଗ ଭବାନୀ ଶଙ୍କର ନନ୍ଦ, ଏସ ନୀଳାଚଳ ପାତ୍ର, ବାବୁଲା ପଲେଇ ଓ ଗୁଲାମ ରସୁଲ ସାମାଜିକ ଅଧିକାରୀ ପି. ପଦ୍ମାଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି।
Popular Categories



