ନାବାଳିକା ବଳାତ୍କାରୀଙ୍କୁ ମୃତ୍ୟୁଦଣ୍ଡ : ମେହବୁବା

0

ଶ୍ରୀନଗର : ନାବାଳିକାମାନଙ୍କ ପ୍ରତି ବଳାତ୍କାର ଘଟଣାରେ ଦୋଷୀ ସାବ୍ୟସ୍ତ ବ୍ୟକ୍ତିମାନଙ୍କୁ ମୃତ୍ୟୁଦଣ୍ଡ ଦେବା ପାଇଁ ଏକ ନୂଆ ଆଇନ୍‍ ଜାମ୍ମୁକାଶ୍ମୀରରେ ପ୍ରଣୟନ କରାଯିବ । ଜାମ୍ମୁକାଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‍ତି ଏହା କହିଛନ୍ତି । ଅସିଫାଙ୍କ ପ୍ରତି ନ୍ୟାୟ ପ୍ରଦାନ କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଟ୍ୱିଟ୍‍ କରି ସେ ରାଜ୍ୟବାସୀଙ୍କୁ କହିଛନ୍ତି । ଗତ ଜାନୁୟାରୀ ମାସରେ କାଠୁଆ ଜିଲ୍ଲାରେ ଅସଫାଙ୍କୁ ଗଣବଳାତ୍କାର କରାଯାଇ ହତ୍ୟା କରାଯାଇଥିଲା । ତେବେ ଏହି ଭଳି ଘଟଣାର ଯେପରି ପୁନଃରାବୃତି ନ ହୁଏ ସେଥି ପାଇଁ ନାବାଳିକାମାନଙ୍କୁ ବଳାତ୍କାର ଘଟଣାରେ ଦୋଷୀ ସାବ୍ୟସ୍ତ ବ୍ୟକ୍ତିମାନଙ୍କୁ ମୃତ୍ୟୁଦଣ୍ଡ ଦେବା ପାଇଁ ତାଙ୍କ ସରକାର ଏକ ନୂଆ ଆଇନ୍‍ ପ୍ରଣୟନ କରିବେ ।

Leave A Reply