www.samajalive.in
Saturday, December 13, 2025
26.1 C
Bhubaneswar

ବୁଧବାର ପର୍ଯ୍ୟନ୍ତ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଆସନ୍ତା ବୁଧବାର ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାରେ ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଛି। କିଛି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବୃଷ୍ଟିପାତ ହୋଇପାରେ। ଏହାର ପ୍ରଭାବରେ ତାପମାତ୍ରା କମ୍ ରହିବ।
ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ହସ୍ତଗତ ସୂଚନା ଅନୁଯାୟୀ ଢ଼େଙ୍କାନାଳ, କେନ୍ଦ୍ରାପଡ଼ା, ଜଗତସିଂପୁର, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଦେବଗଡ଼, ଯାଜପୁର, ଭଦ୍ରକ, ଅନୁଗୋଳ, ବଲାଙ୍ଗିର, ବୌଦ୍ଧ, ସୋନପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଖୋର୍ଦ୍ଧା, ନୟାଗଡ଼ ଓ ବରଗଡ଼ରେ ବର୍ଷାର ସମ୍ଭାବନା ରହିଛି। ଉପକୂଳ ଏବଂ ଉତ୍ତର ଓଡ଼ିଶାର ତଟବର୍ତ୍ତୀ ଅଞ୍ଚଳରେ ପବନର ବେଗ ୫୦ରୁ ୬୦ କିମି ମଧ୍ୟରେ ରହିବ। ଆଜି ଭୁବନେଶ୍ବରରେ ତାପମାତ୍ରା ୩୨.୫ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିବା ବେଳେ ବାଲେଶ୍ବରରେ ୨୪.୭ ଡିଗ୍ରୀ, ପାରାଦ୍ବୀପରେ ୨୭.୭ ଡିଗ୍ରୀ, ଗୋପାଳପୁରରେ ୩୨.୭ ଡିଗ୍ରୀ, ଭବାନୀପାଟଣାରେ ୩୬.୫ ଡିଗ୍ରୀ, ବଲାଙ୍ଗିରରେ ୩୩ ଡିଗ୍ରୀ, ମାଲକାନଗିରିରେ ୩୬ ଡିଗ୍ରୀ, ଦାରିଙ୍ଗିବାଡ଼ିରେ ୨୯.୨ ଡିଗ୍ରୀ ରେକର୍ଡ ହୋଇଛି। ଏଲିନୋର ପ୍ରଭାବ ପଡୁ ନଥିବାରୁ ଚଳିତ ବର୍ଷ ମୌସୁମି ସ୍ବାଭାବିକ ରହିବ ବୋଲି କୁହାଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories