www.samajalive.in
Monday, December 8, 2025
27.1 C
Bhubaneswar

ଗଡ଼ିଲା ୨ କିଲୋମିଟର ଲମ୍ବା ମାଲଗାଡ଼ି ; ୧୪୭ ୱାଗନକୁ ଟାଣିନେଲେ ୪ ଇଞ୍ଜିନ

ସମ୍ବଲପୁର : ସମ୍ବଲପୁରରୁ ଏକ ୨ କିଲୋମିଟର ଲମ୍ବା ମାଲଗାଡ଼ିକୁ ଆଜି ପରୀକ୍ଷାମୂଳକ ଭାବେ ବିଶାଖାପାଟଣା ବନ୍ଦରକୁ ପଠା ଯାଇଛି। ୧୪୭ଟି ୱାଗନ ବିଶିଷ୍ଟ ଏହି ମାଲବାହୀ ଗାଡ଼ିକୁ ୪ଟି ଡିଜେଲ ଇଂଜିନ ଟାଣି ନେଇଛନ୍ତି। ୩ଟି ମାଲବାହୀ ଟ୍ରେନକୁ ଯୋଡ଼ି ଗୋଟିଏ ଟ୍ରେନ କରାଯାଇଛି। ପ୍ରଥମ ଟ୍ରେନରେ ୪୫ଟି ଫ୍ଲାଟ ୱାଗନ ଏବଂ ଦ୍ୱିତୀୟ ଓ ତୃତୀୟ ଟ୍ରେନରେ ୫୧ଟି ଲେଖାଏଁ କଣ୍ଟେନର ଅଛି। ଏକା ସାଙ୍ଗରେ ୩ଟି
ଟ୍ରେନକୁ ଯୋଡ଼ି ଦିଆଯିବା ଦ୍ୱାରା କମ ସଂଖ୍ୟକ କର୍ମଚାରୀଙ୍କ ସହାୟତାରେ ବେଶି ମାଲ ପରିବହନ କରା ଯାଇପାରିଛି। ଏହା ଦ୍ୱାରା ଜନସାଧାରଣଙ୍କ ବଡ଼ ସମସ୍ୟାର ସମାଧାନ ହୋଇପାରିଛି। କାରଣ ଥର ଥର କରି ୩ଟି ମାଲବାହୀ ଟ୍ରେନ ଯାଇଥିଲେ ସମ୍ବଲପୁରରୁ ବିଶାଖାପାଟଣା ମଧ୍ୟରେ ଥିବା ଲେଭେଲକ୍ରସିଂଗୁଡ଼ିକରେ ରେଳ ଫାଟକଗୁଡ଼ିକୁ ୩ ଥର ବନ୍ଦ କରିବାକୁ ପଡ଼ିଥାନ୍ତା ଓ ଏହା ଦ୍ୱାରା ଜନସାଧାରଣ ଅକଥନୀୟ ହଇରାଣ ହରକତ ହୋଇଥାନ୍ତେ। କିନ୍ତୁ ୩ଟି ଟ୍ରେନକୁ ଯୋଡ଼ି ଗୋଟିଏ ଟ୍ରେନ କରିଦେବା ଦ୍ୱାରା ସବୁ ଫାଟକକୁ ଥରେ ଲେଖାଏଁ ବନ୍ଦ କରିବାକୁ ପଡ଼ିଛି ଓ ଏହା ଦ୍ୱାରା ସ୍ଥାନୀୟ ଜନସାଧାରଣ ବାରମ୍ବାର ଫାଟକ ବନ୍ଦ ଜନିତ ଦୁର୍ଦ୍ଦଶାରୁ ବର୍ତ୍ତି ଯାଇଛନ୍ତି। ବାରମ୍ବାର ସଙ୍କେତ (ସିଗନାଲ) ମଧ୍ୟ ଅଦଳବଦଳ କରିବାକୁ ପଡ଼ିନାହିଁ। ଗୋଟିଏ ଟ୍ରେନ ଗୋଟିଏ ସଙ୍କେତରେ ଯାତାୟାତ କରିଛି। ଏହି ମାଲବାହୀ ଗାଡ଼ିର ପ୍ରଥମ ଅଂଶ ବୃନ୍ଦାମାଳରୁ ଆସି ଲପଙ୍ଗାରେ ଦ୍ୱିତୀୟ ଟ୍ରେନ ସହ ଯୋଡ଼ିହେଲା ପରେ ତାହା ଆସି ଗୋଡ଼ଭଗାରେ ତୃତୀୟ ଟ୍ରେନ ସହ ମିଶିଥିଲା। ସେଠାରୁ ଗୋଟିଏ ଟ୍ରେନ ହୋଇ ଦିନ ୧୧ଟା ୧୦ ମିନିଟରେ ବାହାରି ଅପରାହ୍ନ ୩.୨୫ରେ ସଇଁତଲାରେ ପହଞ୍ଚି ସାରିଥିଲା। ଏହି ଟ୍ରେନ ସଇଁତଲାରୁ ସନ୍ଧ୍ୟାରେ ବିଶାଖାପାଟଣା ଅଭିମୁଖେ ଯାତ୍ରା କରିଛି। ଟ୍ରେନଟି ବିନା କୌଣସି ସମସ୍ୟାରେ ତା’ ଗନ୍ତବ୍ୟ ସ୍ଥଳରେ ପହଞ୍ଚିଗଲେ ଏହି ବ୍ୟବସ୍ଥାକୁ ପରବର୍ତ୍ତୀ ସମୟରେ ବାରମ୍ବାର ଉପଯୋଗ କରାଯିବ ବୋଲି ସମ୍ବଲପୁର ରେଳ ମଣ୍ଡଳ ସୂତ୍ରରୁ ସୂଚନା ମିଳିଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories