www.samajalive.in
Friday, December 5, 2025
20.1 C
Bhubaneswar

କଲେଜ ଛାତ୍ରୀଙ୍କୁ ହାଣି ଲୁଟ୍‍ ଉଦ୍ୟମ, ଦୁର୍ବୃତ୍ତ ଫେରାର

କୁଆଁପାଳ: କଲେଜ ଛାତ୍ରୀଙ୍କୁ ମାରଣାସ୍ତ୍ରରେ ହାଣି ଲୁଟ ଉଦ୍ୟମ କରି ଦୁର୍ବୁତ୍ତ ଫେରାର । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲା ମାହାଙ୍ଗା ଥାନା କୁହୁଣ୍ଡ ପଂଚାୟତ ବିରୂପା ନଦୀ ବନ୍ଧ ରାସ୍ତାରେ । ଛାତ୍ରୀ ଜଣଙ୍କ ଦୁର୍ବୃତ୍ତଙ୍କ ସହ ଘମାଘୋଟ ଲଢେଇ କରି ନିଜକୁ ରକ୍ଷା କରିଥିଲେ । ଦୁର୍ବୃତ୍ତଙ୍କ ଆକ୍ରମଣରେ ଛାତ୍ରୀ ଆହତ ଅବସ୍ଥାରେ ପ୍ରଥମେ ମାହାଙ୍ଗା ମେଡିକାଲରେ ଭର୍ତ୍ତି ହେବା ପରେ ତାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଛାତ୍ରୀ ଜଣକ ହେଉଛନ୍ତି କୁଆଁପାଳ ଜେ.ଏନ କଲେଜର ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରୀ ସୁଭାସ୍ମିତା ସାହୁ। ଛାତ୍ରୀଙ୍କ ଡାହାଣ ହାତ ବାହୁକୁ ଦୁର୍ବୁତ୍ତମାନେ ହାଣିବା ପରେ ମୋବାଇଲ ଫୋନ୍‍ ଏବଂ ପର୍ସ ଛଡାଇ ନେବାକୁ ଉଦ୍ୟମ କରିଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି ।

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories