www.samajalive.in
Saturday, December 6, 2025
14.1 C
Bhubaneswar

ଏନଡିଏ ସର୍ବଦଳୀୟ ବୈଠକ, ରାଧାକୃଷ୍ଣନଙ୍କୁ ସମର୍ଥନ ପାଇଁ ବିରୋଧୀଙ୍କୁ ଆହ୍ବାନ

ସମାଜ ଡିଜିଟାଲ ଡେସ୍କ: ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ରାଜନୈତିକ ବାତାବରଣ ସରଗରମ ହୋଇଯାଇଛି। ମଙ୍ଗଳବାର ବିଜେପି ନେତୃତ୍ଵାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ(ଏନଡିଏ)ର ସର୍ବଦଳୀୟ ବୈଠକରେ ଉପରାଷ୍ଟ୍ରପତି ପ୍ରାର୍ଥୀ ସି ପି ରାଧାକୃଷ୍ଣନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେଇ ସହଯୋଗୀ ଦଳର ସାଂସଦମାନଙ୍କ ସହିତ ରାଧାକୃଷ୍ଣନଙ୍କର ପରିଚୟ କରାଇଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ, ରାଧାକୃଷ୍ଣନ ଓବିସି ସମାଜରୁ ଆସିଛନ୍ତି। ସେ ଅତ୍ୟନ୍ତ ସରଳ। ଆସନ୍ତା ୨୦ ତାରିଖ ଅର୍ଥାତ ବୁଧବାର ରାଧାକୃଷ୍ଣନ ନାମାଙ୍କନପତ୍ର ଦାଖଲ କରିବେ। ବିରୋଧୀ ଦଳଗୁଡ଼ିକ ବି ରାଧାକୃଷ୍ଣନଙ୍କୁ ସମର୍ଥନ କରିବା ଲାଗି ବୈଠକରେ ଆହ୍ବାନ କରାଯାଇଛି। ସେ କିପରି ନିରପେକ୍ଷ ଭାବେ ବିଜୟୀ ହେବେ ସେଥିଲାଗି ଅନ୍ୟ ଦଳଗୁଡ଼ିକ ସହିତ ଆଲୋଚନା କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଦାୟିତ୍ଵ ପ୍ରଦାନ କରାଯାଇଛି।

ଅନ୍ୟପଟେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ବି ମଙ୍ଗଳବାର ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିବାର କାର୍ଯ୍ୟକ୍ରମ ରହିଛି। ଏଥିରେ ବିରୋଧୀଙ୍କ ପକ୍ଷରୁ ଉପରାଷ୍ଟ୍ରପତି ପଦବୀ ପାଇଁ ଆଶାୟୀଙ୍କ ନାମ ଉପରେ ଆଲୋଚନା ହୋଇପାରେ। ମିଳିଥିବା ସୂଚନା ଅନୁସାରେ, ବିରୋଧୀଙ୍କ ପ୍ରାର୍ଥୀ ରେସରେ ୩ ଜଣ ରହିଛନ୍ତି। ଡିଏମକେର ରାଜ୍ୟସଭା ସାଂସଦ ତିରୁଚି ଶିବା, ସି.ଏନ. ଅନ୍ନାଦୁରୈ ,ବଂ ତୁଷାର ଗାନ୍ଧୀଙ୍କ ନାମକୁ ନେଇ ଚର୍ଚ୍ଚା ହେଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories