www.samajalive.in
Friday, December 5, 2025
20.1 C
Bhubaneswar

ତାର ଚୋରି ଧରୁ ଧରୁ ନକଲି ସାର କାରଖାନା ଠାବ

ନୀଳଗିରି: ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଘଟଣା ଭଳି ପରିସ୍ଥିତି ଉପୁଜିଛି। ଦେଢ଼ କ୍ବିଣ୍ଟାଲ ବିଦ୍ୟୁତ ତାର ଚୋରି ମାମଲାରେ ନୀଳଗିରି ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରିବା ପରେ ଜଣେ ଅଭିଯୁକ୍ତଙ୍କ ଘରେ ନକଲି ସାର କାରଖାନା ଠାବ ହେବା ଘଟଣା ହଟଚମଟ ସୃଷ୍ଟି କରିଛି। ବାଲେଶ୍ବର ଜିଲା ନୀଳଗିରି ଥାନା ଅଧୀନ ଦକ୍ଷିଣ ନରସିଂହପୁର ଅଞ୍ଚଳର ଜଣେ ଠିକାଦାର ଖୁଣ୍ଟରେ ବିଦ୍ୟୁତ ତାର ସଂଯୋଗ କରିଥିଲେ। କିନ୍ତୁ କେହି ଦୁର୍ବୃତ୍ତ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରି ପ୍ରାୟ ଦେଢ଼ କ୍ବିଣ୍ଟାଲ ଓଜନର ତାର ରାତାରାତି ଚୋରି କରି ଫେରାର ହୋଇ ଯାଇଥିଲା। ନୀଳଗିରି ଥାନା ଆଇଆଇସି ଗୋବର୍ଦ୍ଧନ ନାୟକ ଏହି ରିପୋର୍ଟ ପାଇବା ପରେ ଖୋଳତାଡ଼ ଆରମ୍ଭ କରିଥିଲେ।

ଗତକାଲି ବିଳମ୍ବିତ ରାତିରେ ରେମୁଣା ଥାନା ଅଧୀନ ମୁଖୁରା ଗାଁର ଶ୍ରୀକାନ୍ତ ସାହୁ ଓ ରସଲପୁର ଗାଁର ସଞ୍ଜୟ ଜେନାଙ୍କୁ ଗିରଫ କରିଥିଲେ। ସେମାନଙ୍କଠାରୁ ତଥ୍ୟ ଆଣିବା ପରେ ଆଜି ଥାନା ଏଏସଆଇ ଜିତେନ ନାୟକ, ହାବିଲଦାର ସନ୍ତୋଷ ରାଉତ ପ୍ରମୁଖ ସଦଳବଳେ ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅଞ୍ଚଳରେ ଚଢ଼ଉ କରିଥିଲେ। ତାର ଚୋରି କରିବା ପରେ ଉପରୋକ୍ତ ଅଭିଯୁକ୍ତଦ୍ୱୟ ଫୁଲାଡ଼ି କଣ୍ଟାବଣିଆ ଅଞ୍ଚଳର ସେକ ରହିମକୁ ଦେଇଥିଲେ। ଚଢ଼ଉ ସମୟରେ ସେକ ରହିମଙ୍କ ଘରେ ଏକ ନକଲି ସାର କାରଖାନା ଚାଲିଥିବା ଠାବ କରାଯାଇଥିଲା। ବାଲି ଓ ଲୁଣରେ ନାଲି ରଙ୍ଗ ଗୋଳାଇ ପଟାସ ସାର ଏହି ଘରେ ପ୍ରସ୍ତୁତ ଚାଲିଥିବା ଜଣାପଡ଼ିଥିଲା। ଏଠାରୁ ବସ୍ତା ବସ୍ତା ନକଲି ସାର ସବୁ ବାଲେଶ୍ୱର ଜିଲାର ବିଭିନ୍ନ ସ୍ଥାନକୁ ଚାଲାଣ ହେଉଥିବା ସୂଚନା ମିଳିଛି। ଅଭିଯୁକ୍ତ ସେକ ରହିମ ତାର ସବୁ ଅରଡ଼ ବଜାର ଅଞ୍ଚଳର ସେକ ଅଜବାହାର ନାମକ ଜଣେ ଗୋଦାମ ମାଲିକଙ୍କୁ ବିକ୍ରି କରିଥିବା ଜଣାପଡ଼ିବା ପରେ ତାକୁ ମଧ୍ୟ ପୁଲିସ ଗିରଫ କରିଛି।

- Advertisement -

ଏହି ତାର ଚୋରି ଘଟଣାରେ ନୀଳଗିରି ପୁଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କଠାରୁ ଗୋଟେ ବୋଲେରୋ ଗାଡ଼ି ଓ ଚୋରି ତାର ଜବତ କରାଯାଇଛି। ସେପଟେ ନକଲି ସାର ଗୋଦାମଟି ସହଦେବଖୁଣ୍ଟ ଥାନା ଅଞ୍ଚଳରେ ହୋଇଥିବା ଯୋଗୁଁ ନୀଳଗିରି ପୁଲିସ ଏ ସମ୍ପର୍କରେ ପୁଲିସ କୌଣସି ପଦକ୍ଷେପ ଗ୍ରହଣ କରି ନ ଥିବା ସୂଚନା ମିଳିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଯେ, ଚାଷୀଙ୍କୁ ଠକେଇ କରି ବର୍ଷ ବର୍ଷ ଧରି ନକଲି ସାର ଯୋଗାଣ କରାଯିବା ଘଟଣା ଏବଂ ବାଲେଶ୍ୱର ଜିଲାରେ ଏକାଧିକ ନକଲି ସାର କାରଖାନା ଚାଲୁଥିବା ବେଳେ ଫର୍ଟିଲାଇଜର ବିଭାଗ ପକ୍ଷରୁ କିମ୍ବା ଜିଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନି। ଏଥିପ୍ରତି ବାଲେଶ୍ୱର ଜିଲାପାଳ ଏବଂ ଏସପି ମିଳିତ ଭାବେ ଦୃଷ୍ଟି ଦେଇ ସାର କଳାବଜାର ରୋକିକା ପାଇଁ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories