www.samajalive.in
Friday, December 5, 2025
26.1 C
Bhubaneswar

ଓଡ଼ିଶାରେ ପିଏମ୍‌ ସୂର୍ଯ୍ୟଘର ଯୋଜନାର ମନ୍ଥର ଗତି

ଭୁବନେଶ୍ବର: ଓଡ଼ିଶାରେ ପ୍ରଧାନମନ୍ତ୍ରୀ(ପିଏମ) ସୂର୍ଯ୍ୟଘର ଯୋଜନାର ଗତି ଖୁବ୍ ମନ୍ଥର। କେବଳ ଓଡ଼ିଶା ନୁହେଁ, ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ଅନୁରୂପ ସ୍ଥିତି। କେନ୍ଦ୍ର ସରକାର ଓଡ଼ିଶାରେ ୩ଲକ୍ଷ ଘରକୁ ସଂଯୋଗ ଦେବାକୁ ଲକ୍ଷ୍ୟ ରଖିଥିବା ବେଳେ ବର୍ତ୍ତମାନ ସୁଦ୍ଧା ମାତ୍ର ୨୦ହଜାର ଘରକୁ ସଂଯୋଗ ଦିଆଯାଇଥିବା ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି।
ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଗୁରୁବାର ପିଏମ୍ ସୂର୍ଯ୍ୟଘର ଯୋଜନାର ସମୀକ୍ଷା ହୋଇଥିଲା। ଏହା ଉପରେ ଶ୍ରୀ ସିଂହଦେଓ ପ୍ରତିକ୍ରିୟା ରଖି କହିଛନ୍ତି, ପିଏମ୍ ସୂର୍ଯ୍ୟଘରକୁ ନେଇ ଲୋକଙ୍କୁ ଅଧିକ ସଚେତନ କରାଯିବାର ଆବଶ୍ୟକତା ରହିଛି। କର୍ମଚାରୀଙ୍କ ଦ୍ୱାରା ଗାଁ ଗାଁରେ ଲୋକଙ୍କୁ ସଚେତନ କରାଯିବା ସହ ଲିଫଲେଟ୍ ବାଣ୍ଟିବାକୁ କୁହାଯାଇଛି। ଏହି ଯୋଜନାରେ ଏକ କିଲୋୱାଟ, ଦୁଇ କିଲୋୱାଟ ଏବଂ ତିନି କିଲୋୱାଟ୍‌ ପର୍ଯ୍ୟନ୍ତ ବିଦ୍ୟୁତ୍‌ ସଂଯୋଗ ଦିଆଯାଇ ପାରୁଛି। କିନ୍ତୁ ରାଜ୍ୟରେ ଏହା ଯେଉଁଭଳି ଭାବେ ଫଳପ୍ରଦ ହେବା କଥା ତାହା ହୋଇପାରୁନାହିଁ। କେନ୍ଦ୍ର ସରକାର ଓଡ଼ିଶାକୁ ୩ଲକ୍ଷ ସଂଯୋଗ ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଥିବାବେଳେ ୧ ଲକ୍ଷ ୮୦ ହଜାର ଆବେଦନ କରିଛନ୍ତି। ଆବେଦନକାରୀଙ୍କ ମଧ୍ୟରୁ ମାତ୍ର ୨୦ ହଜାର ଘରକୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇପାରିଛି। ଏହି ଯୋଜନାରେ ହିତାଧିକାରୀଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାର ପୃଥକ ଭାବେ ରିଆତି ପ୍ରଦାନ କରୁଛନ୍ତି। ଅନଲାଇନ ଜରିଆରେ ଯେଉଁମାନେ ପିଏମ୍ ସୂର୍ଯ୍ୟ ଘର ଯୋଜନା ପାଇଁ ଆବେଦନ କରିଛନ୍ତି ସେମାନଙ୍କ ମଧ୍ୟରୁ ଅନେକ ନିଜ ଅଂଶ ବାବଦ ଅର୍ଥ ଜମା କରୁନାହାନ୍ତି। ବିତରଣ କମ୍ପାନୀ ଆବେଦନକାରୀଙ୍କ ସହ ଯୋଗାଯୋଗ କରି କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦେଶ ଦିଆଯାଇଛି। ପିଏମ୍‌ ସୂର୍ଯ୍ୟଘର ଯୋଜନାରେ ଓଡ଼ିଶାର ଅଗ୍ରଗତି ମନ୍ଥର ଥିବାରୁ ଆଗାମୀ ଦିନରେ ପ୍ରତି ମାସରେ ଏହା ଉପରେ ସମୀକ୍ଷା କରାଯିବ। ଯୋଜନାର ଅଗ୍ରଗତିକୁ ନେଇ ବିତରଣ କମ୍ପାନୀଗୁଡ଼ିକ ସହ ବୈଠକ ହେବ। ଆଗକୁ ୧ ଲକ୍ଷ ୮୦ ହଜାର ଆବେଦନକାରୀଙ୍କୁ ଯୋଗାଯୋଗ କରି ନିୟମିତ ସମୀକ୍ଷା କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।

ଅଗଷ୍ଟ ୩୦କୁ ଅପେକ୍ଷା.. ଏହି ୪ ରାଶିଙ୍କ ପାଇଁ ବଡ ଖୁସି ନେଇ ଆସୁଛି ବୁଦ୍ଧାଦିତ୍ୟ ରାଜଯୋଗ; ଜବରଦସ୍ତ ହେବ ଧନ ବର୍ଷା..

Hot this week

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

Related Articles

Popular Categories