www.samajalive.in
Friday, December 5, 2025
26.1 C
Bhubaneswar

ଶାନ୍ତି ପାଇଁ ଆଜି ଟ୍ରମ୍ପ-ଜେଲେନସ୍କି ମଧ୍ୟରେ ହେବ ଆଲୋଚନା 

ନୂଆଦିଲ୍ଲୀ: ଆଜି ହ୍ୱାଇଟ ହାଉସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ମଧ୍ୟରେ ଆଲୋଚନା ହେବାକୁ ଯାଉଛି । ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ବନ୍ଦ କରି ଶାନ୍ତି ଫେରାଇ ଆଣିବା ପାଇଁ ଉଭୟ ନେତାଙ୍କ ମଧ୍ୟରେ କଥାବାର୍ତ୍ତା ହେବ । ପୂର୍ବରୁ ଆଲାସ୍କରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ଟ୍ରମ୍ପଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ପୁଟିନଙ୍କ ସହ ବୈଠକରେ ପରେ ଜେଲେନସ୍କିଙ୍କୁ ଫୋନ୍‍ କରିଥିଲେ ଡୋନାଲ୍ଡ ଟ୍ରମ୍ପ । ପୁଟିନଙ୍କ ଦାବି ସମ୍ପର୍କରେ ଆଲୋଚନା କରିବା ପାଇଁ ଜେଲେନସ୍କିଙ୍କ ସହ ୟୁରୋପୀୟ ସଂଘର ସଭାପତି, ଫିନଲାଣ୍ଡ ରାଷ୍ଟ୍ରପତି, ଜର୍ମାନ ଚାନସେଲର, ନାଟୋ ମହାସଚିବ, ଇଟାଲୀ ପ୍ରଧାନମନ୍ତ୍ରୀ ମଧ୍ୟ ଆମେରିକା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ୟୁକ୍ରେନରେ ଶାନ୍ତି ଫେରାଇ ଆଣିବା ପାଇଁ ବୈଠକରେ ଆଲୋଚନା ହେବ ।
ପୁଟିନଙ୍କ ସହ ବୈଠକରେ ପରେ ୟୁକ୍ରେନ ସହିତ ଯୁଦ୍ଧବିରତି ଉପରେ କୌଣସି ଚୁକ୍ତି ହୋଇନଥିଲା, କିନ୍ତୁ କିଛି ବିଷୟରେ ନିଶ୍ଚିତ ଭାବରେ ଆଲୋଚନା ହୋଇଥିଲା । ଏହା ପରେ ଟ୍ରମ୍ପ ଜେଲେନସ୍କି ଓ ନାଟୋ ସହିତ କଥା ହୋଇଥିଲେ । ସୋମବାର ୱାଶିଂଟନ ଡିସିରେ ପହଞ୍ଚୁଛନ୍ତି ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ଏହି ବୈଠକରେ ରୁଷ ଓ ୟୁକ୍ରେନ ମଧ୍ୟରେ ତିନି ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ଯୁଦ୍ଧ ସମାପ୍ତ କରିବା ଉପରେ ଆଲୋଚନା ହେବ ।

Hot this week

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

Related Articles

Popular Categories