www.samajalive.in
Friday, December 5, 2025
26.1 C
Bhubaneswar

ପିଏମ-କିଷାନ ନାଁରେ ୧୨ ଲକ୍ଷ ନେଇଗଲେ ଠକ

ବ୍ରହ୍ମପୁର: ପିଏମ କିଷାନ ଯୋଜନା ନାଁରେ ଆସିଥିବା ଏପିଜେ ଫାଇଲକୁ ନିଜ ମୋବାଇଲରେ ଡାଉନଲୋଡ୍ କରି ଗଞ୍ଜାମର ୨ଜଣ ସାଇବର ଠକେଇର ଶିକାର ହୋଇଛନ୍ତି। ଠକମାନେ ଆଖି ପିଛୁଳାକେ ଉଭୟଙ୍କ ମୋବାଇଲକୁ ହ୍ୟାକ୍ କରିବା ସହ ବ୍ୟାଙ୍କ ଆକାଉଣ୍ଟରୁ ୧୨ ଲକ୍ଷ ୩୫ ହଜାରୁ ଟଙ୍କା ଠକି ନେଇଛନ୍ତି। ଏ ନେଇ ବ୍ରହ୍ମପୁର ସାଇବର ଓ ଅର୍ଥନୈତିକ ଅପରାଧ ଥାନାରେ ୨ଟି ମାମଲା ରୁଜୁ ହୋଇଛି।

ସୂଚନାପ୍ରକାରେ, ଛତ୍ରପୁର ନିକଟ କେଳୁଆପଲ୍ଲୀରେ ରହୁଥିବା ଜଣେ ୩୩ ବର୍ଷୀୟ ମହିଳାଙ୍କ ହ୍ବାଟ୍ସଆପ୍‌କୁ ୩ ଦିନ ତଳେ ଏକ ବାର୍ତ୍ତା ଆସିଥିଲା। ପିଏମ-କିଷାନ ଯୋଜନାର ଲାଭ ଉଠାଇବାକୁ ହେଲେ ଉକ୍ତ ଲିଙ୍କକୁ କ୍ଲିକ କରି ସବିଶେଷ ତଥ୍ୟ ଜାଣିବାକୁ କୁହାଯାଇଥିଲା। ମହିଳା ଜଣଙ୍କ ପିଏମ-କିଷାନ ଯୋଜନାର କିସ୍ତି ପାଇବା ଲୋଭରେ ଉକ୍ତ ଲିଙ୍କକୁ କ୍ଲିକ କରି ଏହାର ନିର୍ଦେଶକ ମୁତାବକ ଏପିକେ ଫାଇଲ ଡାଉନଲୋଡ୍ କରିଥିଲେ। ଏହାପରେ ମହିଳାଙ୍କ ମୋବାଇଲର ସମସ୍ତ ତଥ୍ୟକୁ ସାଇବର ଠକମାନେ ହାତେଇ ନେବା ସହ ତାଙ୍କ ମୋବାଇଲ ସହ ଲିଙ୍କ ଥିବା ବ୍ୟାଙ୍କ ଆକାଉଣ୍ଟରୁ ୫ ଲକ୍ଷ ୮୪ ହାଜର ଟଙ୍କା ନେଇ ଯାଇଥିଲେ। ଆକାଉଣ୍ଟରୁ ଟଙ୍କା କଟିବା ବାର୍ତ୍ତା ଆସିବା ପରେ ଯାଞ୍ଚ କରିବାରୁ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ ।

- Advertisement -

ସେହିପରି ବ୍ରହ୍ମପୁରର ଲୋଚାପଡାରେ ରହୁଥିବା ଜଣେ ବ୍ୟକ୍ତିଙ୍କ ହ୍ବାଟ୍ସଆପ୍‌ ନମ୍ବରକୁ ୩ ଦିନ ତଳେ ଏକ ଅଜଣା ନମ୍ବରରୁ ବାର୍ତ୍ତା ଆସିଥିଲା। ସେଥିରେ ମଧ୍ୟ ପିଏମ-କିଷାନ ଯୋଜନା ବିଷୟରେ ଉଲ୍ଲେଖ ରହିଥିଲା। ସେହି ଲିଙ୍କ ସହ ଏପିକେ ଫାଇଲ ମଧ୍ୟ ଆସିଥିଲା। ବ୍ୟକ୍ତି ଜଣଙ୍କ ଉକ୍ତ ଫାଇଲରେ କ୍ଲିକ କରିବା ପରେ ତାଙ୍କ ମୋବାଇଲ ସହ ଲିଙ୍କ ଥିବା ବିଭିନ୍ନ ଆକାଉଣ୍ଟରୁ ୬ ଲକ୍ଷ ୫୧ ହଜାର ଟଙ୍କା ଗାଏବ ହୋଇ ଯାଇଥିଲା। ଉଭୟଙ୍କ ଅଭିଯୋଗକୁ ଭିତ୍ତି କରି ସାଇବର ଥାନାରେ ୨ଟି ମାମଲା ରୁଜୁ ହୋଇ ଘଟଣାର ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ଶଙ୍କର ପଣ୍ଡା କହିଛନ୍ତି।

ଅଗଷ୍ଟ ୩୦କୁ ଅପେକ୍ଷା.. ଏହି ୪ ରାଶିଙ୍କ ପାଇଁ ବଡ ଖୁସି ନେଇ ଆସୁଛି ବୁଦ୍ଧାଦିତ୍ୟ ରାଜଯୋଗ; ଜବରଦସ୍ତ ହେବ ଧନ ବର୍ଷା..

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories