www.samajalive.in
Saturday, December 6, 2025
23.1 C
Bhubaneswar

ଅଗଷ୍ଟ ୩୦କୁ ଅପେକ୍ଷା.. ଏହି ୪ ରାଶିଙ୍କ ପାଇଁ ବଡ ଖୁସି ନେଇ ଆସୁଛି ବୁଦ୍ଧାଦିତ୍ୟ ରାଜଯୋଗ; ଜବରଦସ୍ତ ହେବ ଧନ ବର୍ଷା..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୩୦ ଅଗଷ୍ଟ ୨୦୨୫ ସନ୍ଧ୍ୟାରେ ବୁଧ ଗ୍ରହ ସିଂହ ରାଶିରେ ପ୍ରବେଶ କରିବେ । ସୂର୍ଯ୍ୟ ଏଠାରେ ପୂର୍ବରୁ ହିଁ ରହିଛନ୍ତି । ଏହି ୨ଟି ଗ୍ରହ ଏକାଠି ହେବା ଦ୍ୱାରା ବୁଦ୍ଧାଦିତ୍ୟ ଯୋଗ ସୃଷ୍ଟି ହୋଇଥାଏ । ଏହି ଯୋଗ ଅତ୍ୟନ୍ତ ଶୁଭ ଯୋଗ ବୋଲି କୁହାଯାଏ । ଏହି ଯୋଗ ଫଳରେ ମାନସିକ ଶାନ୍ତି, ବ୍ୟବସାୟ, ବାଣୀ,ନେତୃତ୍ୱ ଧନ ବୃଦ୍ଧି ହୋଇଥାଏ । ସୂର୍ଯ୍ୟଦେବ ଆତ୍ମବିଶ୍ୱାସ ବୃଦ୍ଧି କାରକ ହେଉଥିବା ବେଳେ ବୁଧ ବୁଦ୍ଧି, ଚିନ୍ତାଧାରା ଓ ବ୍ୟବସାୟର ପ୍ରତୀକ । ଏହି ଯୋଗ ଫଳରେ କିଛି ରାଶି ବ୍ୟକ୍ତି ବିଶେଷଙ୍କ ଜୀବନରେ ବଡ ପରିବର୍ତ୍ତନ ହେବାକୁ ଯାଉଛି । ଚାକିରି, ବ୍ୟବସାୟ ଓ ଦାମ୍ପତ୍ୟ ଜୀବନରେ ସୁଖ ଓ ଧନ ସମ୍ପତ୍ତି ପ୍ରାପ୍ତି ହେବ ।

ମେଷ- ମେଷ ରାଶି ବ୍ୟକ୍ତି ବିଶେଷଙ୍କୁ ବିଭିନ୍ନ କ୍ଷେତ୍ରରେ ସଫଳତା ମିଳିବ । କଳା, କ୍ରିଏଟିଭ୍‌ ଆଦି କ୍ଷେତ୍ରରେ ଲାଭବାନ୍‌ ହେବେ । ଖୁବ୍‌ ପ୍ରଶଂସା ସହ ହଠାତ୍‌ ଧନ ପ୍ରାପ୍ତି ହେବ । ଟଙ୍କା ନିବେଶ କରି ଲାଭବାନ୍‌ ହେବେ । ବ୍ୟବସାୟୀଙ୍କୁ ନୂଆ ସୁଯୋଗ ମିଳିବ । ସମ୍ପର୍କ ମଜଭୁତ ହେବ । ଧୈର୍ଯ୍ୟର ସହ କାମ କଲେ ଗୋଟିଏ ପରେ ଗୋଟିଏ ସଫଳତା ମିଳିବ । ଅଧିକ ଶୁଭଫଳ ପାଇଁ ଗାଈଙ୍କୁ ଖାଇବାକୁ ଦେବା ସହ ଗଣେଶ ଭଗବାନଙ୍କୁ ପୂଜା କରନ୍ତୁ।

- Advertisement -

ମିଥୁନ- ବାଣୀରେ ମଧୁରତା ରହିବ । ସାହସର ସହ କାର୍ଯ୍ୟ କରିବେ । ଯାତ୍ରାର ଯୋଗ ରହିଛି । ବ୍ୟବସାୟରେ ଜବରଦସ୍ତ ଲାଭ ମିଳିବ । ଆର୍ଥିକ ସ୍ଥିତି ମଜଭୁତ ହେବ । ବନ୍ଧୁ ଓ ଭାଇ-ଭଉଣୀ ସହଯୋଗ କରିବେ । ଅଟକି ଥିବା କାମ ପୂରଣ ହେବ। ଅଧିକ ଶୁଭଫଳ ପାଇଁ ସବୁଜ ପୋଷାକ ପିନ୍ଧିବା ସହ ପକ୍ଷୀଙ୍କୁ ଦାନା ଖାଇବାକୁ ଦିଅନ୍ତୁ।

କର୍କଟ- ଧନ ମିଳିବା ସହ ପରିବାରରେ ହସଖୁସିର ବାତାବରଣ ରହିବ । ହଠାତ୍‌ ଧନ ମିଳିବା ପୁରୁଣା ନିବେଶରୁ ଲାଭବାନ୍‌ ହେବେ । ଦାମୀ ଜିନିଷ କିଣିବେ । ପରିବାରରେ ଧାର୍ମିକ କାର୍ଯ୍ୟର ଯୋଗ ରହିଛି । ହସଖୁସିରେ ଦିନ କଟିବ । ଅଧିକ ଶୁଭଫଳ ପାଇଁ ବୁଧବାର ତୁଳସୀଙ୍କୁ ଜଳ ଅର୍ପଣ କରନ୍ତୁ । ସବୁଜ ମୁଗ ଦାନ କରନ୍ତୁ ।

ସିଂହ- ଏହି ରାଶିଙ୍କୁ ଭାଗ୍ୟର ସାଥ୍‌ ମିଳିବ । କର୍ମକ୍ଷେତ୍ରରେ ନୂଆ ସୁଯୋଗ ମିଳିବ । ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ସ୍ୱାସ୍ଥ୍ୟ ଉତ୍ତମ ରହିବ । ନୂଆ ଦାୟିତ୍ୱ ମିଳିବ । ଲକ୍ଷ୍ୟ ହାସଲ କରିବେ । ଧନ ପ୍ରାପ୍ତି ସହ ଗୋଟିଏ ପରେ ଗୋଟିଏ ସଫଳତା ମିଳିବ । ଅଧିକ ଶୁଭଫଳ ପାଇଁ ବହି ଓ ଫଳ ଦାନ କରନ୍ତୁ ।

ତୁଳା- ବନ୍ଧୁଙ୍କ ସହଯୋଗ ମିଳିବ । ଧନ ଲାଭ ସହ ଅଟକି ଥିବା କାମରେ ସଫଳତା ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଚାକିରିରେ ଶୁଭଫଳ ସହ ପ୍ରଶଂସା ମିଳିବ । ଅଧିକ ଶୁଭଫଳ ପାଇଁ ବୁଧବାର ସବୁଜ ଜିନିଷ ଦାନ କରିବା ସହ ପ୍ରଭୁ ଗଣେଶଙ୍କ ମନ୍ତ୍ର ଜପ କରନ୍ତୁ ।

ପ୍ରବଳ ବର୍ଷାରେ ବୁଡିଲା ମାଲକାନଗିରି

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories