www.samajalive.in
Thursday, December 11, 2025
15.1 C
Bhubaneswar

ସରକାରୀ ଓ ବିରୋଧୀ ଦଳ ସବୁ ସମାନ-ଇସିଆଇ

ନୂଆଦିଲ୍ଲୀ : ଭାରତୀୟ ନିର୍ବାଚନ କମିଶନ(ଇସିଆଇ)ର ସାମ୍ବାଦିକ ସମ୍ମିଳନୀ ନୂଆଦିଲ୍ଲୀର ରାଇସିନା ରୋଡ୍‌ରେ ଥିବା ଜାତୀୟ ଗଣମାଧ୍ୟମ କେନ୍ଦ୍ରରେ ରବିବାର କରାଯାଇଛି । ନିର୍ବାଚନ କମିଶନର ଜ୍ଞାନେଶ କୁମାର ଏହି ସମୟରେ ଭୋଟରମାନଙ୍କୁ ଏକ ବାର୍ତ୍ତା ଦେଇ କହିଛନ୍ତି, ସମ୍ବିଧାନ ଅନୁଯାୟୀ, ୧୮ ବର୍ଷ ବୟସ ପୂରଣ କରିଥିବା ପ୍ରତ୍ୟେକ ଯୁବକ ଓ ଯୁବତୀ ଭୋଟର ହୋଇ ଭୋଟ ଦେବା ଉଚିତ୍‌ । ପ୍ରତ୍ୟେକ ରାଜନୈତିକ ଦଳ ନିର୍ବାଚନ କମିଶନରେ ପଞ୍ଜିକରଣ ପରେ ହିଁ ଗଠିତ ହୁଏ । ନିର୍ବାଚନ କମିଶନ ପାଇଁ କୌଣସି ଶାସକ ଦଳ କିମ୍ବା ବିରୋଧୀ ଦଳ ନାହିଁ । ସମସ୍ତେ ସମାନ । ନିର୍ବାଚନ କମିଶନ କେବେବି ନିଜର କର୍ତ୍ତବ୍ୟରୁ ପଛକୁ ହଟି ନାହିଁ କି ହଟିବ ନାହିଁ । ନିର୍ବାଚନ କମିଶନଙ୍କର କେହି ପକ୍ଷ କିମ୍ବା ବିପକ୍ଷ ଦଳ ନାହାଁନ୍ତି । ନିର୍ବାଚନ କମିଶନ କୌଣସି ଦଳ ପାଇଁ ପକ୍ଷପାତିତା କରନ୍ତି ନାହିଁ । ଅଭିଯୋଗ ଆସିଥିବା ବିହାର ପ୍ରସଙ୍ଗରେ ମଧ୍ୟ ସ୍ପଷ୍ଟୀକରଣ ରଖିଛନ୍ତି । ବିହାରର ୭ କୋଟିରୁ ଅଧିକ ମତଦାତା କେବେ ପ୍ରଶ୍ନ କରି ନାହାଁନ୍ତି । ନିର୍ବାଚନ କମିଶନ ସହ ଛିଡା ହୋଇଛନ୍ତି ୭ କୋଟିରୁ ଅଧିକ ଭୋଟର । ଭୋଟ୍‌ ଚୋରି ଶବ୍ଦ ସମ୍ବିଧାନକୁ ଅପମାନ । ଭୋଟ୍‌ ଚୋରି ଭଳି ଭୁଲ୍‌ ଶବ୍ଦ ପ୍ରୟୋଗ କରି ଭ୍ରମିତ କରାଯାଉଛି । ଭୋଟରଙ୍କ ବିନା ଅନୁମତିରେ ଫଟୋ କେମିତି ସାମ୍ନାକୁ ଅଣାଗଲା ? ମାଆ,ଭଉଣୀଙ୍କ ସିସିଟିଭି ଭିଡିଓ ସାମ୍ନାକୁ ଆସିବା ଜରୁରୀ?
ନିର୍ବାଚନ କମିଶନରଙ୍କ କାନ୍ଧରେ ବନ୍ଧୁ ରଖି ରାଜନୀତି କରାଯାଉଛି। ସାମ୍ବିଧାନିକ ଅଧିକାରରୁ ନିର୍ବାଚନ ଆୟୋଗ ପଛଘୁଞ୍ଚା ଦେବେ ନାହିଁ । ମିଥ୍ୟା ଆରୋପରେ କେବେ ନିର୍ବାଚନ ଆୟୋଗ ଡରିଯିବେ ନାହିଁ। ନିର୍ବାଚନ କମିଶନର କହିଛନ୍ତି ଯେ ସମସ୍ତ ରାଜନୈତିକ ଦଳର ଦାବି ଅନୁଯାୟୀ, ବିହାରରେ ଏକ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ଆରମ୍ଭ ହୋଇଛି। ୧.୬ ଲକ୍ଷ ବିଏଲଏ ମିଳିତ ଭାବରେ ଏକ ଡ୍ରାଫ୍ଟ ଭୋଟର ତାଲିକା ପ୍ରସ୍ତୁତ କରିଛନ୍ତି। ଏହାର କପି ସମସ୍ତ ରାଜନୈତିକ ଦଳକୁ ଦିଆଯାଇଛି। ଯେତେବେଳେ ଏହି ତାଲିକା ପ୍ରସ୍ତୁତ କରାଯାଉଥିଲା, ସମସ୍ତ ରାଜନୈତିକ ଦଳର ପ୍ରତିନିଧିମାନେ ଏଥିରେ ଦସ୍ତଖତ କରିଥିଲେ, ତେବେ କେଉଁ ଆଧାରରେ ଡ୍ରାଫ୍ଟ ଭୋଟର ତାଲିକା ଉପରେ ପ୍ରଶ୍ନ ଉଠାଯାଉଛି ବୋଲି ସେ କହିଛନ୍ତି ।

ବୁଧ ଚଳନ ; ଅଗଷ୍ଟ ୩୦ରୁ ଏହି ୫ ରାଶି ହେବେ ମାଲାମାଲ୍‌, ମିଳିବ ଏସବୁ ସଫଳତା

- Advertisement -

 

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories