ଭବାନୀପାଟଣା : କଳାହାଣ୍ଡିର ଯୁବ ପର୍ବତାରୋହୀ ରାହୁଲ ପାଧାନ ସଫଳତାର ସହିତ ଆଫ୍ରିକାର କିଲିମାଞ୍ଜାରୋ ଗିରିଶୃଙ୍ଗ ଚଢ଼ି ନୂତନ ରେକର୍ଡ ସୃଷ୍ଟି କରିଛନ୍ତି। ୫୮୯୫ ମିଟର ଉଚ୍ଚତା ବିଶିଷ୍ଟ ଏହି ଗିରି ଶୃଙ୍ଗକୁ ଆରୋହଣ ପାଇଁ ୫ ରୁ ୬ ଦିନ ସମୟ ଲାଗୁଥିବା ବେଳେ ରାହୁଲ ପ୍ରଥମ ଭାରତୀୟ ଭାବେ ୧୫ ଘଣ୍ଟା ୫୩ ମିନିଟରେ ଆରୋହଣ କରି ରେକର୍ଡ ସୃଷ୍ଟି କରିଛନ୍ତି। ଏଥି ସହିତ ସେ ରାତିରେ ପର୍ବତାରୋହଣ କରିଥିବା ଜଣାଇଛନ୍ତି। ଅଗଷ୍ଟ ୧୫ ତାରିଖ ଦିନ କିଲିମାଞ୍ଜାରୋ ଆରୋହଣ କରି ପର୍ବତାରୋହୀ ରାହୁଲ ପାହାଡ ଶିଖରରେ ଭାରତର ଜାତୀୟ ପତାକା ଉଡାଇଥିଲେ। ଗତବର୍ଷ ମଧ୍ୟ ୟୁରୋପର ମାଉଣ୍ଟ ଏଲବୃଷକୁ ୨୨ ଘଣ୍ଟାରେ ଆରୋହଣ କରି ରାହୁଲ ଅଗଷ୍ଟ ୧୫ ତାରିଖ ଦିନ ଜାତୀୟ ପତାକା ଉଡ଼ାଇଥିଲେ।
Popular Categories



