www.samajalive.in
Saturday, December 6, 2025
26.1 C
Bhubaneswar

ଗୁରୁତର ଆହତଙ୍କ ସ୍ଥାନରେ ବଦଳ ଖେଳାଳି ନିୟମ ଲାଗୁକଲା ବିସିସିଆଇ

ନୂଆଦିଲ୍ଲୀ : ଇଂଲଣ୍ଡ ବିପକ୍ଷ ଟେଷ୍ଟ ଶୃଙ୍ଖଳାରେ ଋଷଭ ପନ୍ତ ଆହତ ହୋଇଥିଲେ। ଶେଷ ଟେଷ୍ଟରେ ଇଂଲଣ୍ଡର କ୍ରିସ୍‌ ୱକ୍‌ସଙ୍କ କାନ୍ଧ ହାଡ଼ ମଧ୍ୟ ଖସି ଯାଇଥିଲା। ଉଭୟଙ୍କ ସ୍ଥାନରେ ବଦଳରେ ଖେଳାଳିଙ୍କୁ ଖେଳାଇବା ନେଇ ବିତର୍କ ହୋଇଥିଲା। ଏହାକୁ ଦେଖି ବିସିସିଆଇ ଘରୋଇ କ୍ରିକେଟ୍‌ରେ ଗୁରୁତର ଆହତ ଖେଳାଳିଙ୍କ ସ୍ଥାନରେ ବଦଳ ଖେଳାଳିକୁ ସାମିଲ କରିବା ନିୟମ ଲାଗୁକରିଛି ବିସିସିଆଇ। ଏହା ୨୦୨୫-୨୬ ଘରୋଇ କ୍ରିକେଟ୍‌ ଋତୁରୁ କାର୍ଯ୍ୟକାରୀ ହେବ। ଏହା ଅନୁସାରେ, ପଡ଼ିଆ​‌ରେ ଖେଳାଳି ଆହତ ହୋଇଥିଲେ ଏହି ନିୟମ ଲାଗୁ ହେବ। ପୁଣି ହାଡ଼ ଭାଙ୍ଗିବା, ଗଭୀର କ୍ଷତ ସୃଷ୍ଟିହେବା କିମ୍ବା ହାଡ଼ ଖସିଯିବା କ୍ଷେତ୍ରରେ ଏହି ନିୟମ ଲାଗୁହେବ। ଆହତ ଖେଳାଳିଙ୍କ ବଦଳ ଖେଳାଳି ତାଙ୍କ ପରି ହୋଇଥିଲେ। ଉଦାହରଣ ସ୍ବରୂପ ସ୍ପିନରଙ୍କ ସ୍ଥାନରେ ସ୍ପିନର, ପେସରଙ୍କ ସ୍ଥାନରେ ପେସର, ବ୍ୟାଟ୍‌ସମ୍ୟାନଙ୍କ ସ୍ଥାନରେ ବ୍ୟାଟ୍‌ସମ୍ୟାନ କିମ୍ବା ୱିକେଟ୍‌ ରକ୍ଷକଙ୍କ ସ୍ଥାନରେ ୱିକେଟ୍‌ ରକ୍ଷକ ବଦଳ ଖେଳାଳି ଭାବେ ମ୍ୟାଚ୍‌ର ବାକି ସମୟ ଖେଳିପାରିବେ। ଡାକ୍ତର ଓ ଦୁଇ ପଡ଼ିଆ ଅମ୍ଭାୟାରଙ୍କ ସହ ଆଲୋଚନା ପରେ ମ୍ୟାଚ୍‌ ରେଫେରୀ ବଦଳ ଖେଳାଳି ଖେଳିବାକୁ ଅନୁମତି ଦେବେ। ଟସ୍ ପଡ଼ିବା ବେଳେ ତାଲିକାରେ ଥିବା ଅତିରିକ୍ତ ଖେଳାଳିଙ୍କୁ ବଦଳ ଖେଳାଳି ଭାବେ ଖେଳିବାର ଅନୁମତି ମିଳିବ। ଅତିରିକ୍ତ ଖେଳାଳି ତାଲିକାରେ ଯଦି ୱିକେଟ୍‌ ରକ୍ଷକ ନ ଥିବେ; ତେବେ ବାହାରର ୱିକେଟ୍‌ ରକ୍ଷକ ଖେଳିପାରିବେ। ଉଭୟ ଆହତ ଓ ବଦଳ ଖେଳାଳି ମ୍ୟାଚ୍‌ ଖେଳିଛନ୍ତି ବୋଲି ଗଣନା କରାଯିବ। କେବଳ ଏକାଧିକ ଦିନର ମ୍ୟାଚ୍‌ ପାଇଁ ବଦଳ ଖେଳାଳି ନିୟମ ଲାଗୁହେବ। ଦିନିକିଆ କିମ୍ବା ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ଏହି ନିୟମ ରହିବ ନାହିଁ। ସୂଚନାଯୋଗ୍ୟ; ଅନୁରୂପ ବଦଳ ଖେଳାଳିଙ୍କୁ ଅନୁମତି ଦେବା ପାଇଁ ଆଇସିସି ବିଚାର କରୁଛି।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories