www.samajalive.in
Saturday, December 13, 2025
26.1 C
Bhubaneswar

ଅବକାରୀ ଥାନା ହାଜତରେ ଅଭିଯୁକ୍ତଙ୍କୁ ନିର୍ଯାତନା ଅଭିଯୋଗ, କୋର୍ଟରେ ମାମଲା

ରଣପୁରଗଡ: ନୟାଗଡ଼ ଜିଲ୍ଲା ରଣପୁର ଅବକାରୀ ଥାନା ହାଜତ ଭିତରେ ଅଭିଯୁକ୍ତଙ୍କୁ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ରଣପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତରେ ଏକ ମାମଲା ଦାୟର ହୋଇଥିବା ଜଣାପଡ଼ିଛି  । ଚୋରା ନକଲି ମଦ ତିଆରି ଅଭିଯୋଗରେ ଗିରଫ ହୋଇଥିବା ଅଭିଯୁକ୍ତ ଲତାର ଗ୍ରାମର ପୁର୍ଣଚନ୍ଦ୍ର ରାୟ ଓ ସମ୍ବିତ ରାୟଙ୍କ ତରଫରୁ ତାଙ୍କ ଓକିଲ ନୃସିଂହ କୁମାର ବର୍ଦ୍ଧନ ସାମନ୍ତ ଏହି ମାମଲା ଦାୟର କରିଛନ୍ତି।

ଆଇନଜୀବୀ ନୃସିଂହଙ୍କ ଅଭିଯୋଗ ଅନୁଯାୟୀ, ରଣପୁର ଅବକାରୀ ଥାନା ହାଜତରେ ତାଙ୍କ ମହକିଲଙ୍କୁ ଅମାନୁଷିକ ଭାବେ ମାଡ ମାରି ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଇଛି। ଅଭିଯୋଗକୁ ଗ୍ରହଣ କରି ରଣପୁର ମାଜିଷ୍ଟ୍ରେଟ ପୁଣ୍ୟଶ୍ଳେ।କ ଦାଶ ନୟାଗଡ଼ ଅବକାରୀ ଅଧୀକ୍ଷକଙ୍କୁ ସ୍ପଷ୍ଟୀକରଣ ମାଗିବା ସହ ରଣପୁର ଜେଲ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ଅଭିଯୁକ୍ତଙ୍କୁ ଚିକିତ୍ସା କରାଇ ଡାକ୍ତରଙ୍କ ରିପୋର୍ଟ ଦାଖଲ ପାଇଁ ନିର୍ଦେଶ ଦେଇଥିବା ଜଣାପଡିଛି। ଅପର ପକ୍ଷରେ ଅବକାରୀ ଥାନା ଉପନିରୀକ୍ଷକ ଅର୍ପିତାରାଣୀ ସାହୁ କୁହନ୍ତି, କଟକ ଅବକାରୀ ସ୍କ୍ୱାଡ୍‌ ସହ ମିଳିତ ଚଢାଉ ହୋଇଥିଲା। ମୁଁ ହାଜତରେ ନିର୍ଯାତନା ଦେଇନାହିଁ। ରଣପୁର ଜେଲ ସୁପରିଣ୍ଟେଣ୍ଡେଣ୍ଟ ବିନାୟକ ସାହୁ କୁହନ୍ତି, ଆମ୍ଭେ ବିଚାରାଧୀନଙ୍କୁ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଇବା ସହ ଡାକ୍ତର ଦେଇଥିବା ରିପୋର୍ଟ ଅଦାଲତରେ ଦାଖଲ କରିଛୁ। ନୟାଗଡ଼ ଅବକାରୀ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଜ୍ଞାନରଞ୍ଜନ ପଣ୍ଡା କୁହନ୍ତି, ମାଜିଷ୍ଟ୍ରେଟ ସ୍ପଷ୍ଟୀକରଣ ମାଗିଛନ୍ତି। ଆମେ ଛୁଟିରେ ରହିଛୁ। ଛୁଟିରୁ ଫେରିଲେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଅଦାଲତରେ ସ୍ପଷ୍ଟୀକରଣ ଦାଖଲ କରିବୁ। ଅଭିଯୁକ୍ତଙ୍କ ଓକିଲ ଏ ନେଇ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି। କୋର୍ଟ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିଥିବା ଜଣାପଡିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories